ହରିପୁର ଗ୍ରାମର ୫ଶହ ମତ୍ସ୍ୟଜିବୀଙ୍କ ଜୀବନ ଜୀବିକାରେ ବାଧକ !
ମାଫିଆ ରାଜ୍ ହଟାଇବା ଦାବୀରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ଆଗରେ ବିକ୍ଷୋଭ ।।
ଛତ୍ରପୁର: ଗଞ୍ଜାମ ଜିଲ୍ଲାର କନିଷି ତହସିଲ ଅନ୍ତର୍ଗତ ତଥା ଛତ୍ରପୁର ବ୍ଲକ୍ କାଳୀପଲ୍ଲୀ ପଞ୍ଚାୟତ ର ହରିପୁର ଗ୍ରାମର ମତ୍ସ୍ୟଜିବୀ ପରିବାରଙ୍କ ଜୀବିକା ଛଡ଼ାଇ ନେଇଥିବା ଜନୈକ ବ୍ୟକ୍ତି ଏମ୍. ଶିବପାତ୍ର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରି ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ହରିପୁର ମତ୍ସ୍ୟଜିବୀ ସମବାୟ ସମିତି ଲିଃ. ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଉକ୍ତ ମତ୍ସ୍ୟଜିବୀ ସଂଗଠନ ପକ୍ଷରୁ ଏକ ବିରାଟ ରାଲି ଡିଆରଡିଏ ଛକ ରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବିଭିନ୍ନ ସ୍ଲୋଗାନ ର ନାରା ଦେଇ ମାଫିଆ ରାଜ୍ କରୁଥିବା ଏମ୍. ଶିବପାତ୍ର ଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ଏମ୍. ଶିବପାତ୍ର ଙ୍କୁ ହଟାଇ ସରକାରୀ ଭାବେ ଉକ୍ତ ଜମିରେ ୧୫ ବର୍ଷ ଲିଜ୍ ସୂତ୍ରରେ ମତ୍ସ୍ୟଚାଷ କରିବାକୁ ପ୍ରଶାସନ ପକ୍ଷରୁ ମତ୍ସ୍ୟଜିବୀଙ୍କୁ ଦିଆଯିବାକୁ ଦାବୀ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଭେଟି ହରିପୁର ମତ୍ସ୍ୟଜିବୀ ସମବାୟ ସମିତି ଲିଃ. ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏପରିକି ଅନ୍ୟୁନ ୫ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ମତ୍ସ୍ୟଜିବୀ ସଂଗଠନ ପକ୍ଷରୁ ଦାବୀ ହୋଇଛି । ଗୋପାଳପୁର ବେଳାଭୂମି ଓ ହରିପୁର ବନ୍ଦର ସଂଲଗ୍ନ ପଶ୍ଚାତ୍ ଭାଗ ମତ୍ସ୍ୟଚାଷ ନିମନ୍ତେ ବ୍ୟବହୃତ ଜମି ଦୀର୍ଘକାଳୀନ ମିଆଦୀ ଲିଜ ସୂତ୍ରରେ ଦିଆଯିବାକୁ ଦାବୀ ହୋଇଛି ।
ସମୁଦ୍ର ବେକ୍ ୱାଟର ସଂଲଗ୍ନ ନନ୍ଦିନୀ ନାଳ ଟି ର ପୁନଃ-ରୁଦ୍ଧାର କରିବାକୁ ମତ୍ସ୍ୟଜିବୀମାନେ ଦାବୀ କରିଛନ୍ତି । ଏହି ଦାବୀ କାର୍ଯ୍ୟକାରୀ ନ ହେଲେ ଜନଆନ୍ଦୋଳନ କରିବେ ବୋଲି ଜିଲ୍ଲାପ୍ରଶାସନ କୁ ଚେତାବନୀ ଦେଇଛନ୍ତି । ହରିପୁର ମତ୍ସ୍ୟଜିବୀ ସମବାୟ ସମିତି ଲିଃ. ସଂଗଠନ ସଭାପତି ବିଜୟ ବେହେରା, ସମ୍ପାଦକ ଚିନ୍ତାମଣି ବେହେରା ଙ୍କ ସମେତ ନାରୀନେତ୍ରୀ ପ୍ରମୁଖ ସମେତ ଶତାଧିକ ମତ୍ସ୍ୟଜିବୀ ଯୋଗଦେଇ ଏହାର ଦୃଢ଼ ପ୍ରତିବାଦ କରିଥିଲେ ।ଏଠାରେ ଉଲ୍ଲେଖଯୋଗ୍ୟ ଯେ’ ହରିପୁର ଗ୍ରାମରେ ବସବାସ କରୁଥିବା ୫ଶହ ମତ୍ସ୍ୟଜିବୀ ପରିବାରଙ୍କ ଜୀବନ ଜୀବିକା ଏବେ ଘୋର ଅନ୍ଧକାରମୟ ପରିସ୍ଥିତି ଉପୁଜିଛି । ଜୀବନ ଜୀବିକାରେ ଘୋର ଅଦ୍ଭାବ ଓ ଅନାଟନ ଦେଇ ସେମାନେ ଗତି କରୁଛନ୍ତି । ଉକ୍ତ ଗ୍ରାମର ମତ୍ସ୍ୟଜିବୀଙ୍କ ଜୀବନ ଜୀବିକା ନିର୍ବାହ ନିମନ୍ତେ ବିଲ,ବନ୍ଧ, ପୋଖରୀ, ସମୁଦ୍ର ବେକ୍ ୱାଟର ସଂଲଗ୍ନ ଏବଂ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଜଳାଶୟ ଉପରେ ନିର୍ଭର କରି ଚଳନ୍ତି । ଯାହାକି, ୫ ଶହ ମତ୍ସ୍ୟଜିବୀ ପରିବାର ଯେଉଁ ଜମି ଉପରେ ନିର୍ଭର କରୁଥିଲେ ତାହାର ପ୍ରାୟତଃ ୫୦ ଏକର ଜମି କୁ ଆଜକୁ ପ୍ରାୟ ଦୀର୍ଘ ୯ ବର୍ଷ ହେଲା ଜଣେ ମାଫିଆ ରାଜ୍ କରି ବେଆଇନ୍ ଭାବେ ଜବର ଦଖଲ କରି ରଖିଛି । ସେ ମତ୍ସ୍ୟ ଚାଷ କରି ବ୍ୟବସାୟରେ ଲାଭବାନ ହୋଇ ବେଶ୍ ମାଲାମାଲ୍ ହୋଇ ରାଜ୍ କରୁଥିବା ଜମି ମାଫିଆଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଥିବା ସାଂଗକୁ ବହୁ ଉଚ୍ଚପଦସ୍ଥ କର୍ତ୍ତୃପକ୍ଷ, ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟିଥିଲେ । କନିଷି ତହସିଲଦାର୍, ଆର୍.ଡି.ସି (ବ୍ରହ୍ମପୁର), ଗଞ୍ଜାମ ଏସପି, ଛତ୍ରପୁର ବିଧାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ସମସ୍ତ ସରକାରୀ କାର୍ଯ୍ୟାଳୟ ର ବିଭାଗୀୟ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ହୋଇନାହିଁ କି ସମ୍ପୃକ୍ତ ମାଫିଆ ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ମଙ୍ଗଳବାର ମତ୍ସ୍ୟଜିବୀ ପରିବାରଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
chatrapur ru muna behera nka report
