ହାଇଟେକରେ ୮୦ତମ ସ୍ୱାଧୀନତା ଦିବସ
ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ସମୁଖରେ ସହସ୍ରାଧିକ ବିଦ୍ୟାର୍ଥୀଙ୍କ ଗହଣରେ ୮୦ତମ ସ୍ୱାଧୀନତା ଦିବସ ମହା ଆଡମ୍ବରରେ ପାଳିତ ହୋଇଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତିଟି ଘରେ ଘରେ ପହଞ୍ଚାଇବା ସହ ସମାଜର ମଧ୍ୟ୍ୟବିତ୍ତ ଓ ନିମ୍ନବର୍ଗର ସାଧାରଣ ମଣିଷକୁ ସାହାଯ୍ୟ ଓ ସହଯୋଗର ହାତ ବଢାଇବାର ଦୃଢ଼ ପ୍ରତିଶୃତି ଦେଇଛନ୍ତି।


ଟ୍ରଷ୍ଟି ଶ୍ରୀମତୀ ପୁଷ୍ପାଞ୍ଜଳି ପାଣିଗ୍ରାହୀ ମନେଜିଙ୍ଗ ଟ୍ରଷ୍ଟି ତଥା ସିଇଓ ସୁରେଶ ପାଣିଗ୍ରାହୀ, ଟ୍ରଷ୍ଟି ଡ଼କ୍ଟର ରାକେଶ ପାଣିଗ୍ରାହୀ, ଟ୍ରଷ୍ଟି ସାବିତ୍ରୀ ପାଣିଗ୍ରାହୀ, ଟ୍ରଷ୍ଟି ଇଂଜିନିର ମଧୁସ୍ମିତା ପାଣିଗ୍ରାହୀ, ଟ୍ରଷ୍ଟି ଅଙ୍କିତା ପାଣିଗ୍ରାହୀ, ଟ୍ରଷ୍ଟି ରାଜ ପାଣିଗ୍ରାହୀ, ଟ୍ରଷ୍ଟି ଧୃତି ମୋକ୍ଷ୍ୟା ପାଣିଗ୍ରାହୀ ଉପସ୍ଥିତ ଥିବାବେଳେ ପ୍ରଶାସନିକ ଅଧିକାରୀ ଡ଼କ୍ଟର ଗୋପେଶ୍ୱର ଆଚାର୍ଯ୍ୟ ପରିଚାଳନା କରିଥିବାବେଳେ ହାଇଟେକ ପବ୍ଲିକ ସ୍କୁଲ, ହାଇଟେକ ବିଜ୍ଞାନ ମହାବିଦ୍ୟାଳୟ, ନର୍ସିଙ୍ଗ ମହାବିଦ୍ୟାଳୟ, ଦନ୍ତଚିକିତ୍ସା ମହାବିଦ୍ୟାଳୟ ଓ ପାରାମେଡିକାଲ ବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିବା ବେଳେ ବିଭିନ୍ନ ବିଭାଗର କୃତିତ୍ୱକୁ ଆଧାର କରି ପୁରସ୍କୃତ କରାଯାଇଥିଲା।
epa news
