ହାଇଟେକ୍ ରେ ଅତ୍ୟାଧୂନିକ ହାଇ ସ୍ମାଇଲ ଡେଣ୍ଟାଲ୍ ଲ୍ୟାବ୍ ଉଦ୍ଘାଟିତ
ହାଇଟେକ୍ ଡେଣ୍ଟାଲ୍ କଲେଜ୍ ଓ ହସ୍ୱିଟାଲ୍ରେ ହାଇ ସ୍ମାଇଲ୍ ଡେଣ୍ଟାଲ୍ ଲ୍ୟାବ୍ ଉଦ୍ଘାଟିତ ହୋଇଯାଇଛି। ଡେଣ୍ଟାଲ୍ କଲେଜର କାର୍ଯ୍ୟକାରୀ ଅଧ୍ୟକ୍ଷା ମଧୁସ୍ମିତା ତ୍ରିପାଠୀ ଓ ମେଡିକାଲ୍ ଅଧିକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିବା ସହ, ଏହି ଅତ୍ୟାଧୁନିକ ଲ୍ୟାବ୍ ରାଜ୍ୟରେ ପ୍ରଥମ ଓ ଏହା ଦନ୍ତରୋଗ, ନୂତନ ଦନ୍ତ ବସାଇବା,ରୁଟ୍ କେନାଲ୍ ରିପେରିଂ ଭଳି ସମସ୍ତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ହୋଇପାରିବ ବୋଲି କହିଛନ୍ତି। ଉନ୍ନତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଅତ୍ୟାଧୁନିକ ତଥା ସଠିକ୍ ଦନ୍ତ ଚିକିତ୍ସା ଏବଂ ଶିକ୍ଷାଦାନ କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ହାଇଟେକ୍ ଡେଣ୍ଟାଲ୍ କଲେଜ ଏହି “ହାଇ-ସ୍ମାଇଲ୍ ଡେଣ୍ଟାଲ ଲ୍ୟାବ୍ – ସେରାମିକ୍ ଲାବୋରେଟୋରୀ’ ରେ ଅତ୍ୟାଧୂନିକ ସେନ୍ସର ମାଧ୍ୟମରେ ପାଟି ଭିତରେ ଦାନ୍ତର ମ୍ୟାପିଂ, କାଷ୍ଟିଂ ସହ ନୂତନ ଦାନ୍ତ ସଠିକ୍ ମାପ ଅନୁଯାୟୀ ପ୍ରସ୍ତୁତ କରାଯାଇପାରିବ ।


ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ମେସିନ୍ ହାଇଟେକ୍ ଡେଣ୍ଟାଲ୍ କଲେଜ୍ ଓ ହସପିଟାଲ୍ରେ ସ୍ଥାପନ କରାଯାଇଛି ଦନ୍ତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଦନ୍ତ ରୋଗୀ ମାନେ ଏହାର ସୁବିଧା ଉଠାଇବାକୁ ଶ୍ରୀମତି ତ୍ରିପାଠୀ ଅନୁରୋଧ କରିଛନ୍ତି। ପୂର୍ବରୁ ନୂତନ ଦାନ୍ତ ବସାଇବାକୁ, ଏକ ପ୍ରକାର ଚୁନ ପ୍ଲାଷ୍ଟର ବ୍ୟବହାର କରାଯାଇ ଦାନ୍ତର ମାପ ନିଆଯାଉଥିଲା ଏହାକୁ ପରିବର୍ଭନ କରିବାକୁ ପଡୁଥିଲା, ଆଉ କିଛି ସ୍ଥାନରେ ଲୋକଟି ବାଧ୍ୟ ହୋଇ ସାଇଜ୍, କଲର ନଥିଲା ଦାନ୍ତକୁ ବସାଉଥିଲା। କିନ୍ତୁ, ହାଇଟେକ୍ ଡେଣ୍ଟାଲ୍ କଲେଜରେ ଥିବା ଏହି କ୍ୟାଡକାମ୍ ମେସିନ୍ରେ ଅତ୍ୟାଧୂନିକ ପଦ୍ଧତିରେ ଦାନ୍ତ ବସାଯାଇପାରିବ ଯାହାକି ରୋଗୀ ସଂପୂର୍ଣ୍ଣ ସନ୍ତୋଷଲାଭ କରିପାରିବ । ଏହି ଅତ୍ୟାଧୂନିକ ମେସିନ୍ ଉଦ୍ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡେଣ୍ଟାଲ୍ କଲେଜ୍ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସଂଗ୍ରାମ ପାତ୍ର,ଡେଣ୍ଟାଲ କଲେଜ୍ ସିଇଓ ଡାକ୍ତର ଲିସା ଜୁନେଜା,ଅର୍ଥୋଡେଣ୍ଢିକୃ ବିଭାଗର ପ୍ରଫେସର ଡାକ୍ତର ସୁଦିପ୍ତ ପୋଦାରଙ୍କ ସମେତ ସମସ୍ତ ବିଭାଗୀୟ ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ, ନର୍ସିଂଷ୍ଟାଫ୍, ଅଧ୍ôକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥ୍ୱଲେ ।
