ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ‘ସ୍ପାର୍କ ୨୦୨୬’ର ଭବ୍ୟ ଆୟୋଜନ
ପୋଲସରା, : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅତ୍ୟନ୍ତ ଉତ୍ସାହ ଓ ସାଂସ୍କୃତିକ ଉଲ୍ଲାସର ସହ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ ୨୦୨୬’ ବିଦ୍ୟାଳୟ ପରିସରରେ ୧୨/୯/୨୬ ତାରିଖ ଦିନ ପାଳିତ ହୋଇଯାଇଛି। ଏହି ଉତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ପ୍ରତିଭା ଓ ସୃଜନଶୀଳତାର ଚମତ୍କାର ପ୍ରଦର୍ଶନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରିନ୍ସିପାଲ ଉର୍ମିଳା ସାହୁଙ୍କ ସୁଚିନ୍ତିତ ନେତୃତ୍ୱରେ ଆୟୋଜିତ ହୋଇଥିଲା ଏବଂ ରୀତାଞ୍ଜଳି ଶତପଥୀ ସଂଯୋଜନା କରିଥିବା ବେଳେ ଶ୍ରାବଣୀ ଦାଶ ଓ ସତ୍ୟବ୍ରତ ରଥ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ।


ଏହି କାର୍ଯ୍ୟକ୍ରମ ଏକ ରୋମାଞ୍ଚକର ନୃତ୍ୟ ପ୍ରତିଯୋଗିତା ସହିତ ଆରମ୍ଭ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନେ ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ। ପରିବେଷଣଗୁଡ଼ିକ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କର କଳାତ୍ମକ ପ୍ରତିଭାକୁ ସୁନ୍ଦର ଭାବରେ ପ୍ରତିଫଳିତ କରିଥିଲା। ବିଶିଷ୍ଟ ନୃତ୍ୟଶିଳ୍ପୀ ମିଥୁନ ଚରଣ ସ୍ୱାଇଁ ଏହି ପ୍ରତିଯୋଗିତାର ବିଚାରକ ଭାବେ ଯୋଗଦେଇଥିଲେ ଏବଂ ତାଙ୍କର ଉପସ୍ଥିତି କାର୍ଯ୍ୟକ୍ରମର ଗାରିମା ବୃଦ୍ଧି କରିଥିଲା।ଅପରାହ୍ନ ୨ଟା ସମୟରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଔପଚାରିକ ଉତ୍ସବ ଆରମ୍
