ହିମ୍ମତ ନ୍ୟୁଜ ପେପରର ଚତୁଦ୍ଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର : ହିମ୍ମତ ନ୍ୟୁଜ ପେପରର ଚତୁଦ୍ଦଶବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି ।ଏଥିରେ ଉଦଘାତକ ଭାବେ ପଣ୍ଡିତ ପ୍ରବୋଧ ମିଶ୍ର ଓ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ମୁଖ୍ୟ ବକ୍ତା ଭାବେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ , ଲୋକସଭା ସାଂସଦ ରବୀନ୍ଦ୍ର ବେହେରା , ଆଠମଲିକ ବିଧାୟକ ଅଗସ୍ଥି ବେହେରା,ପୂର୍ବତନ ବିଧାୟକ ପ୍ରିୟଦର୍ଷି ମିଶ୍ର ଯୋଗଦେଇଥିଲେ । ହିମ୍ମତ ନ୍ୟୁଜ ପେପରର ମୁଖ୍ୟ ପରିଚାଳକ ରଜନୀକାନ୍ତ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି ।ଏଥିରେ ମୁଖ୍ୟ ସମ୍ପାଦକ ଉମାକାନ୍ତ ପଟନାୟକଙ୍କ ସଭାପତିତ୍ଵରେ ସଫଳ ରୂପାନ୍ତରରେ ପରିଣତ ହୋଇଛି । ସମ୍ପାଦକ କମଳାକାନ୍ତ ଦାଶ , ବାର୍ତା ସମ୍ପାଦକ ସଞ୍ଜୟ ଦାସ , ସହ ସମ୍ପାଦକ ପ୍ରଦ୍ୟୁମ୍ନ ଦାସ ଯୋଗ ଦେଇଥିଲେ ।ଏହି ଅବସରରେ ଓଡିଶାରୁ ବିଭିର୍ନ ଜିଲ୍ଲାରୁ ୩୦୦ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ହିମ୍ମତଵାଲା ଆୱାର୍ଡରେ ୧୫ ଜଣ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା ।ସାମ୍ବାଦିକ ମନୋରଞ୍ଜନ ସାସମଲ , ପୁର୍ଣଚନ୍ଦ୍ର ସାହୁ , ବିକ୍ରମ ମହାନ୍ତି ଏବଂ କୁନା ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।
bhubaneswar epa ru madhusudan sahu nka report
