March 13, 2026
Home » ୧୨ ଦେଶ ବିଶିଷ୍ଟ ଆନ୍ତର୍ଜାତୀୟ କଳା ଶିବିରରେ ଓଡ଼ିଶାର 2ଜଣ ଯୁବ ଚିତ୍ରଶିଳ୍ପୀଙ୍କ କଳା ପ୍ରଦର୍ଶନ

୧୨ ଦେଶ ବିଶିଷ୍ଟ ଆନ୍ତର୍ଜାତୀୟ କଳା ଶିବିରରେ ଓଡ଼ିଶାର 2ଜଣ ଯୁବ ଚିତ୍ରଶିଳ୍ପୀଙ୍କ କଳା ପ୍ରଦର୍ଶନ

0
WhatsApp Image 2026-03-13 at 10.19.47 AM (3)

ଚଳିତ ମାର୍ଚ୍ଚ ୫ ତାରିଖ ଠାରୁ ଭିଏତନାମ ହାନୋଇ ସହରରେ ୨ୟ ଥର ପାଇଁ ଆନ୍ତର୍ଜାତୀୟ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି, ଏଥିରେ ଭାରତ ସହ ବିଶ୍ଵର ୧୨ଗୋଟି ପ୍ରମୁଖ ରାଷ୍ଟ୍ରର ବିଶିଷ୍ଟ ଚିତ୍ରଶିଳ୍ପୀ ମାନେ ଅଂଶଗ୍ରହଣ କରିଛନ୍ତି, ସେଥି ମଧ୍ୟରୁ ଆମ ଭାରତରୁ 2ଜଣ ଚିତ୍ରଶିଳ୍ପୀ ପ୍ରତିନିଧିତ୍ୱ କରିଛନ୍ତି।

ଭାରତ ସମେତ ଏହି ଆନ୍ତର୍ଜାତିକ ଶିବିରରେ ଆର୍ଜେଣ୍ଟିନା, ବେଲଜିୟମ, ଚାଇନା, ଇଣ୍ଡୋନେସିଆ, ମାଲେସିଆ, ମଙ୍ଗୋଲିଆ, ଆର.ସଖା, ସ୍ପେନ, ଶ୍ରୀଲଙ୍କା, ନେପାଲ ଓ ଭିଏତନାମର ମୋଟ ୬୨ଜଣ ବିଶିଷ୍ଟ ଚିତ୍ରଶିଳ୍ପୀ ମାନେ ଅଂଶଗ୍ରହଣ କରି ନିଜର ଚିତ୍ରକଳା ପ୍ରଦର୍ଶନ କରିଛନ୍ତି । ଏହି ଶିବିର ଚଳିତ ମାର୍ଚ୍ଚ ୫ତାରିଖ ଠାରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଇଯାଇଛି । ଆମ କେନ୍ଦୁଝରରୁ ଯୁବ ଚିତ୍ରଶିଳ୍ପୀ ତଥା ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ମାନସ କୁମାର ଦାସ ସହିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ କୁମାର ଭିମସେନ ପୁରୀରୁ ହିମାଚଳ ପ୍ରଦେଶରୁ ଅଂଶ ଗ୍ରହଣ କରିଛନ୍ତି ।


ଆମ କେନ୍ଦୁଝର ପାଇଁ ଏହା ଗର୍ବ ଓ ଗୌରବ, ମାନସ କଳା ମହାବିଦ୍ୟାଳୟରୁ ଚିତ୍ରକଳାରେ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ସେଣ୍ଟ ମେରୀ , ବଡ଼ବିଲ ଠାରେ କଳା ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି ପ୍ରଥମ ଥର ପାଇଁ ଯୁବ ଚିତ୍ରଶିଳ୍ପୀ ଏହି ଆର୍ଟ ହେଣ୍ଡ-୨ ଶୀର୍ଷକ ଚିତ୍ରଶିଳ୍ପୀ କର୍ମଶାଳାରେ ଅଂଶଗ୍ରହଣ କରୁଥିବାରୁ ଆମ ଅଂଚଳର ଗୌରବର ବିଷୟ । ଏହି ଯୁବ ଚିତ୍ରଶିଳ୍ପୀ ଜଣେ ବଧିର ହୋଇଥିଲେ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ୪୦ ରୁ ଉର୍ଦ୍ଧ୍ୱ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀରେ ଯୋଗଦାନ ପୂର୍ବକ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଆସୁଛନ୍ତି ଏବଂ ସମ୍ବର୍ଦ୍ଧିତ ହୋଇଛନ୍ତି । ଓଡ଼ିଶାର କଳା ସଂସ୍କୃତି ଏବଂ ଦେଶ ଦେଶ ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ସହ ଓଡ଼ିଶାର ଜଗନ୍ନାଥ ସଂସ୍କୃତି ଓ ଇକୋ ଟୁରିଜମକୁ ଆଗକୁ ନେବା ମୂଳ ଲକ୍ଷ୍ୟ ବୋଲି ଆଶା ଓ ବିଶ୍ୱାସ ।

Leave a Reply

Your email address will not be published. Required fields are marked *