୨୦୨୫–୨୬ରେ ସର୍ବାଧିକ ରାଜସ୍ୱ ଆଦାୟକାରୀ ଟିକେଟ ଯାଞ୍ଚ କର୍ମଚାରୀ ସମ୍ବର୍ଦ୍ଧନା।
ଜଟଣୀ:ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ୨୦୨୫–୨୬ ଆର୍ଥିକ ବର୍ଷରେ ଟିକେଟ ଯାଞ୍ଚ କାର୍ଯ୍ୟ ମାଧ୍ୟମରେ ସର୍ବାଧିକ ରାଜସ୍ୱ ଆଦାୟ କରିଥିବା ଟିକେଟ ଯାଞ୍ଚ କର୍ମଚାରୀ ମାନଙ୍କୁ ସେମାନଙ୍କ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟନିଷ୍ଠା ଓ ରାଜସ୍ୱ ସଂଗ୍ରହରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି।
ଖୋର୍ଦ୍ଧାରୋଡ଼ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍.ସମ୍ବର୍ଦ୍ଧିତ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଟିକେଟ ଯାଞ୍ଚ କାର୍ଯ୍ୟରେ ସେମାନଙ୍କ ନିଷ୍ଠା, ସଚ୍ଚୋଟତା ଓ ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ।
ଏହି ଅବସରରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲଙ୍କ ପକ୍ଷରୁ ସର୍ବାଧିକ ରାଜସ୍ୱ ଆଦାୟ କରିଥିବା ଟିକେଟ ଯାଞ୍ଚ କର୍ମଚାରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।
ମଣ୍ଡଳର ରାଜସ୍ୱ ବୃଦ୍ଧିରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ଏବଂ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତାର ସ୍ୱୀକୃତି ସ୍ୱରୂପ ଏହି ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।
ଟିକେଟ ଯାଞ୍ଚ କର୍ମଚାରୀ ମାନଙ୍କ ଏହି ସଫଳତା ସେମାନଙ୍କ କର୍ତ୍ତବ୍ୟ ପ୍ରତି ନିଷ୍ଠା ଏବଂ ମଣ୍ଡଳର ରାଜସ୍ୱ ସୁଦୃଢ଼ୀ କରଣରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନର ପ୍ରତିଫଳନ। ଏହା ମଣ୍ଡଳର ବାଣିଜ୍ୟ ବିଭାଗରେ ରହିଥିବା ଉଚ୍ଚମାନର ବୃତ୍ତିଗତ ଦକ୍ଷତା, ଦାୟିତ୍ୱବୋଧ ଓ କର୍ତ୍ତବ୍ୟନିଷ୍ଠାକୁ ମଧ୍ୟ ପ୍ରତିପାଦିତ କରେ।
ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧିତ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ମୂଲ୍ୟବାନ ଅବଦାନକୁ ପ୍ରଶଂସା କରାଯାଇଛି। ଭବିଷ୍ୟତରେ ମଧ୍ୟ ସମାନ ନିଷ୍ଠା,ଉତ୍ସାହ ଓ କର୍ତ୍ତବ୍ୟ ପରାୟଣତା ସହ କାର୍ଯ୍ୟ କରି ଅଧିକ ସଫଳତା ହାସଲ କରିବା ପାଇଁ ସମ୍ବର୍ଦ୍ଧିତ କର୍ମଚାରୀ ମାନଙ୍କୁ ପ୍ରେରିତ କରାଯାଇଛି।
ଶ୍ରୀ ଅନିଲ କୁମାର ଏସ୍. ଟିକେଟ ଯାଞ୍ଚ ଦଳର ତତ୍ପରତା, କର୍ତ୍ତବ୍ୟନିଷ୍ଠା ଓ ପ୍ରଶଂସନୀୟ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ। ଏଥିସହ ଯାତ୍ରୀ ସେବାର ମାନ ଉନ୍ନତ କରିବା ସହ ନିରାପଦ ଓ ସୁବିଧାଜନକ ଯାତ୍ରା ସୁନିଶ୍ଚିତ କରିବା ଦିଗରେ ମଣ୍ଡଳର ନିରନ୍ତର ପ୍ରୟାସ ଜାରି ରହିବ ବୋଲି ସେ ପ୍ରକାଶ କରିଥିଲେ।
