November 13, 2025
Home » ୪ ଦିନରୁ ଉର୍ଦ୍ଧ୍ବ ହେବ ଦୁଇ ନଳକୂପ ଅଚଳ,ଲୋକେ ହଇରାଣ l

୪ ଦିନରୁ ଉର୍ଦ୍ଧ୍ବ ହେବ ଦୁଇ ନଳକୂପ ଅଚଳ,ଲୋକେ ହଇରାଣ l

0
WhatsApp Image 2025-11-01 at 5.51.23 PM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ମଲ୍ଲିକମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଉଳି ଗ୍ରାମକୁ ପ୍ରବେଶରେ ଏବଂ ପାଣ୍ଡେ ନିବାସ ସମ୍ମୁଖରେ ଥିବା ଦୁଇ ନଳକୂପ ୪ ଦିନରୁ ଉର୍ଦ୍ଧ୍ବ ହେବ ଅଚଳ ହୋଇପଡ଼ିଛି । ଗାଁର ୩୫ ପରିବାର ର ପ୍ରାୟ ୨୦୦ ଜଣ ଲୋକ ବସବାସ କରୁଥିବା ବେଳେ ପାଣି ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଚଳ ନଳକୂପକୁ ମରାମତି କରିବାକୁ ଗ୍ରାମବାସୀ ସ୍ଥାନୀୟ ଜନପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ଏହାର କୌଣସି ସମାଧାନ ହୋଇ ନଥିବା ଅଭିଯୋଗ ହୋଇଛି। ବସୁଧା ହେଲ୍ପଲାଇନ ୧୯୧୬ ନମ୍ବର ରେ ଅଭିଯୋଗ କଲେ ମଧ୍ୟ ସୋମବାର କିମ୍ବା ମଙ୍ଗଳବାର ମରାମତି କରାଯିବ ବୋଲି କହୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ୪ ଦିନରୁ ଉର୍ଦ୍ଧ୍ବ ହେବ ଦୁଇ ନଳକୂପ ମରାମତି ହୋଇ ପାରିନଥିବା ଦୁଃଖର ବିଷୟ ବୋଲି ଗ୍ରାମବାସୀ କହିଛନ୍ତି। ଏଣୁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ପିଇବା ପାଣି ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଆବଶ୍ୟକତା ସହ ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି ଏହି ଗ୍ରାମର ଅଚଳ ଥିବା ଦୁଇ ନଳକୂପ ତୁରନ୍ତ ମରାମତି କରି ଲୋକଙ୍କ ପାଣି ସମସ୍ୟା ଦୂର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *