August 16, 2026
Home » ୮୦ ତମ “ସ୍ବାଧିନତା ଦିବସ -୨୦୨୬” ପାଳିତ

୮୦ ତମ “ସ୍ବାଧିନତା ଦିବସ -୨୦୨୬” ପାଳିତ

0
WhatsApp Image 2026-08-16 at 3.02.13 PM

ଫୁଲବାଣୀ-ଇ ପି ଏ – କନ୍ଧମାଳ ଜିଲ୍ଲା ସ୍ତରୀୟ ୮୦ ତମ ସ୍ବାଧିନତା ଦିବସ -୨୦୨୬, କନ୍ଧମାଳ ଜିଲ୍ଲା ଫୁଲବାଣୀ ଷ୍ଟାଡିୟମ ଠାରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।ଏହି ସମାରୋହରେ ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗ ଓଡ଼ିଶା ସରକାର,ଶ୍ରୀ ବିଭୂତି ଭୂଷଣ ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ ରେ ଅଭିବାଦନ ଗ୍ରହଣ କରିଥିଲେ।ନିଜ ଅଭିଭାଷଣରେ ମାନ୍ୟବର ମନ୍ତ୍ରୀ ଅମର ସଂଗ୍ରାମୀ ଦୋରା ବିଷୋୟୀ,ଚକରା ବିଷୋୟୀ,ନବଘନ କଅର ଙ୍କ ସମେତ ଦେଶର ସମସ୍ତ ବୀର ସହିଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।”ବିକଶିତ ଓଡିଶା-୨୦୩୬ ଓ “ବିକଶିତ ଭାରତ-୨୦୪୭”, ସଂକଳ୍ପ ଉପରେ ଆଲୋକପାତ କରି ଜିଲ୍ଲା ର ଗୋଟି ଗୋଟି ପ୍ରମୁଖ ବିକାଶ ମୂଳକ ଉପଲବ୍ଧି ସମ୍ପର୍କ ରେ ଉଲ୍ଲେଖ କରିଥିଲେ।ପରେଡ ଉତ୍ସବ ପରେ କୃତି ପ୍ରତିଯୋଗୀ, ଶ୍ରେଷ୍ଠ ପରେଡ ଦଳ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଧିକାରୀ, କର୍ମଚାରୀ ଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲିକ, ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ, ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ଛାତ୍ର ଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ର ଆରମ୍ଭ ଓ ଶେଷରେ ଜାତୀୟ ଗୀତ”ବନ୍ଦେ ମାତରମ ” ଏବଂ ଜାତୀୟ ସଙ୍ଗୀତ”ଜନ-ଗଣ-ମନ” କରାଯାଇଥିଲା।

 

ଦିବସର ପରବର୍ତ୍ତୀ କାର୍ଯ୍ୟସୂଚୀ ଅନୁସାରେ ମାନ୍ୟବର ମନ୍ତ୍ରୀ ଜିଲ୍ଲା କାରାଗାର ରେ ମିଷ୍ଟାନ୍ନ ବଣ୍ଟନ, ରକ୍ତଭଣ୍ଡାର ଠାରେ ସ୍ବେଛାକୃତ ରକ୍ତଦାନ ଶିବିର ଉଦଘାଟନ, ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ରୋଗୀ ମାନଙ୍କୁ ଫଳ ବଣ୍ଟନ,ସାର୍ତ୍ତାଗୁଡା ବୃଦ୍ଧାଶ୍ରମରେ ଅନ୍ତେବାସୀ ଙ୍କୁ ଛତା ପ୍ରଦାନ, ଉତ୍କଳ ବାଳାଶ୍ରମରେ ଅନ୍ତେବାସୀ ଙ୍କୁ ପାଠ୍ୟ ଓ କ୍ରିଡ଼ା ଉପକରଣ ଏବଂ ମିଷ୍ଟାନ୍ନ ବଣ୍ଟନ ଆଦି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଯୋଗ ଦେଇଥିଲେ। ଅପରାହ୍ନ ରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଆୟୋଜିତ କରାଯାଇଥିଲା। ଏବଂ ସନ୍ଧ୍ୟା ରେ ଜିଲ୍ଲା ସଂସ୍କୃତି ଭବନ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *