October 24, 2025
Home » ୱାକରସ୍ ଆସୋସିଏସନ୍ ର ଶାରଦୀୟ ଅଧିବେଶନ

ୱାକରସ୍ ଆସୋସିଏସନ୍ ର ଶାରଦୀୟ ଅଧିବେଶନ

0
WhatsApp Image 2025-09-13 at 5.07.19 PM

ଭୁବନେଶ୍ବର- ପୋଖରୀପୁଟ ମଧୁସୂଦନ ପାର୍କ ମର୍ଣ୍ଣିଂ ୱାକର୍ର୍ସ ଆସୋସିଏସନ୍ ର ଶାରଦୀୟ ଅଧିବେଶନ ଲିଙ୍ଗରାଜ ବିହାର ଜଗନ୍ନାଥ ମନ୍ଦିର ପରିସରରେ ବରିଷ୍ଟ ସ୍ତମ୍ବକାର ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କବି ରସାନନ୍ଦ ସାହୁ ଙ୍କ ସଦ୍ୟ ପ୍ରକାଶିତ କବିତା ପୁସ୍ତକ “ବିରୋଧାଭାସ” ଲୋକାର୍ପିତ ହୋଇଥିଲା। ଶରତ ରୁତୁରେ କାଶତଣ୍ଡୀ ଫୁଲର ସମ୍ଭାରକୁ ନେଇ କେତେକ ବ୍ୟକ୍ତି କବିତା ପାଠ କରିଥିଲେ। ମା ଦୁର୍ଗାଙ୍କ ଧରା ପୃଷ୍ଠାର ଆଗମନରେ ଆମେ ସ୍ୱାଗତ୍ କରିବା ସଙ୍ଗେ ସଙ୍ଗେ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କୁ ଗୁରୁତ୍ଵ ଦେବାକୁ ସଭାପତି ଶ୍ରୀ ସାମଲ ୱାକରସ୍ ମାନଙ୍କୁ ନିବେଦନ କରିଥିଲେ। ସମ୍ପାଦକ ଲକ୍ଷ୍ମୀ ନାରାୟଣ ପାଢି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅନ୍ୟନ୍ୟ ମାନଙ୍କ ମଧ୍ୟରେ ସୁଦର୍ଶନ ମହାଲିକ, ଶିଶିର ଦାସ, ତରଣୀ ସେନ ନାୟକ, ନାରାୟଣ କର, ସହଦେବ ମହାନ୍ତି, ରମେଶ ଚନ୍ଦ୍ର ପାତ୍ର, ନିରଞ୍ଜନ ସେନାପତି, ବିଷ୍ନୁ ଚରଣ ପ୍ରଧାନ,ଲମ୍ବୋଧର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପଦେଷ୍ଠା ପଠାଣି ବେହେରା ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *