February 10, 2026
Home » ଗନ୍ଧର୍ବ କଳା ସମ୍ମାନ-୨୦୨୫ ରେ ସମ୍ବର୍ଦ୍ଧିତ ହେଲେ ସୋନପୁର ମାଟିର କଳାକାର ଶାଶ୍ଵତ ତ୍ରିପାଠୀ

ଗନ୍ଧର୍ବ କଳା ସମ୍ମାନ-୨୦୨୫ ରେ ସମ୍ବର୍ଦ୍ଧିତ ହେଲେ ସୋନପୁର ମାଟିର କଳାକାର ଶାଶ୍ଵତ ତ୍ରିପାଠୀ

0
WhatsApp Image 2025-07-25 at 5.32.41 PM (1)

ସୁବର୍ଣ୍ଣପୁର: ଭୁବନେଶ୍ବର ସ୍ଥିତ ଭଞ୍ଜ କଳାମଣ୍ଡପ ଠାରେ ଗନ୍ଧର୍ବ କଳା ସମ୍ମାନ-୨୦୨୫ ରେ ସମ୍ମାନୀତ ହୋଇଛନ୍ତି ସୋନପୁର ମାଟିର କଳାକାର ଶାଶ୍ଵତ କୁମାର ତ୍ରିପାଠୀ । ଏହି ସମ୍ମାନ ଓଡିଶା କଳାକାର ସ୍ୱର ତରଫରୁ କଳାକାର ଦିବସ ପାଳନ ଅବସରରେ କଳାକାର ଶାଶ୍ୱତ ଙ୍କୁ ପ୍ରଦାନ କରାଯାଇଥିବା ବେଳେ ଶାଶ୍ବତ ଦୁଇ ହଜାର ରୁ ଉର୍ଦ୍ଧ୍ୱ ମଞ୍ଚରେ ନିଜର କଳା ପରିବେଷଣ କରି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି ।

ଜିଲ୍ଲାର ପ୍ରଥମ ସଦସ୍ୟ ଭାବେ ସେ ଓଡିଶା ସଂଗୀତ ନାଟକ ଏକାଡେମୀରେ ସ୍ଥାନ ପାଇଥିଲେ । ଏହି ଓଡିଶା କଳାକାର ସ୍ୱର ଦିବସ ପାଳନ ଅବସରରେ ଅନୁଷ୍ଠାନ ର ସଭାପତି ଶ୍ରୀଧର ମାର୍ଥା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ସଂପାଦକ ମୃତ୍ୟୁଞ୍ଜୟ ପଣ୍ଡା, ବରିଷ୍ଟ ଫିଲ୍ମ ନିର୍ମାତା ପ୍ରଣବ ଦାଶ, ମ୍ୟୁଜିକ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ପ୍ରଖ୍ୟାତ ଅଭିନେତା ଦୈତାରୀ ପଣ୍ଡା, ପ୍ରଖ୍ୟାତ ନିର୍ଦ୍ଦେଶକ ହରିଶ ମହାନ୍ତି, ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାଶ, ସମାଜସେବୀ ବାପୁ ଓଝା ପ୍ରମୁଖ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *