July 4, 2025
WhatsApp Image 2024-09-08 at 9.55.03 AM

ବାହାରିନ: : ଅଗ୍ରପୂଜ୍ୟ ଗଣେଶଙ୍କର ପବିତ୍ର ପୂଜା ଉତ୍ସବ ମହାସମାରୋହରେ ବିଦେଶ ବାହାରିନ ମାଟିରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି ।ବାହାରିନରେ ପ୍ରତିଷ୍ଠିତ ବାହାରିନ ଓଡ଼ିଆ ସମାଜ ଆନୁକୂଲ୍ୟରେ ଏହି ଗଣେଶ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥିଲା । ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତି ସହିତ ସାଜସଜ୍ଜା କରାଯାଇଥିଲା ।

ଏକ ସୁଦୃଶ୍ୟ ପୁଷ୍ପ ଶୋଭିତ ବୃକ୍ଷ ଡାଳରେ ଦୋଳିରେ ଗଜାନନଙ୍କ ଆସ୍ଥାନ ବେଶ ଉପଭୋଗ୍ୟ ଥିଲା।ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ଆୟୋଜିତ ଏହି ପୂଜାରେ ବିଭିନ୍ନ ସରକାରୀ ଓ କର୍ପୋରେଟ ଅନୁଷ୍ଠାନର ଉଚ୍ଚ ପଦସ୍ତ ଅଧିକାରୀ ବୃନ୍ଦ ଯୋଗଦେଇ ପୂଜା କରିବା ସହିତ ଓଡ଼ିଆ ପ୍ରସାଦ ସେବନ କରିଥିଲେ।ଡକ୍ଟର ପ୍ରହରାଜ ସମସ୍ତ ଭାରତୀୟ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ସୁଖ ସମୃଦ୍ଧତା ପାଇଁ ଆଶୀର୍ବାଦ ଦେବା ପାଇଁ ଭିଗ୍ନେଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ। ବାହାରିନ ଓଡ଼ିଆ ସମାଜର ସଦସ୍ୟ, ସଦସ୍ୟାମାନେ ପୂଜା ଆୟୋଜନ, ପ୍ରସାଦ ପ୍ରସ୍ତୁତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *