ଦଶମ ବ୍ଲକ ସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ ସମ୍ବିଳନୀ ଅନୁଷ୍ଠିତ l
ବୌଦ୍ଧ –ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଗବଯୋର ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟ ଠାରେ ଦଶମ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି l ଗବଯୋର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅର୍ଜୁନ ବସ୍ତିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀ ସନୋଜ କୁମାର ସେଠୀ ଯୋଗଦାନ କରି ୟୁ / ଡାଇସ ପ୍ଲସ, ଖାନ ଏକାଡେମୀ, ଆକାଂକ୍ଷୀ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଭୁତି ବିଷୟ ରେ ଆଲୋଚନା କରିଥିଲେ l ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଉଦ୍ଧବ ମହାଲିକ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଏବଂ ଉତ୍କର୍ଷ କାର୍ଯ୍ୟକ୍ରମ ଇତ୍ୟାଦି ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଶିକ୍ଷକ ଶ୍ରୀ ଲକ୍ଷ୍ମଣ ମହାପାତ୍ର ସଭା ପରିଚାଳନା କରିଥିଲେ l ସଭା ପରେ ସମସ୍ତେ ମିଶି ବିଜ୍ଞାନାଗାର, ଇ. ପାଠାଗାର, ଶୌଚାଳୟ, ତଥା ଶିକ୍ଷକଙ୍କ ଶିକ୍ଷା ପ୍ରଣାଳୀ ଅନୁଧ୍ୟାନ ପୂର୍ବକ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ କଣ୍ଟାମାଳ ବ୍ଲକ ର ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ l ଏହି ଅବସରରେ ଏକ ବ୍ଲକ ସ୍ତରୀୟ ଆଠ ଜଣିଆ ଶିକ୍ଷଣ ଅଭିବୃଦ୍ଧି କମିଟି ଗଠନ କରାଯାଇଥିଲା l ଉକ୍ତ କମିଟି ରେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସନୋଜ ସେଠୀ, ବି.ଆର. ସି. ସି. ଶ୍ରୀ ଦୁର୍ଗାଚରଣ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଉଦ୍ଧବ ମହାଲିକ, ଘଣ୍ଟାପଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୀତବାସ ପଣ୍ଡା, ଆମ୍ବଗାଁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଶୁକଦେବ ପଣ୍ଡା, ଶିମିଳିଯୋରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ପ୍ରାଥମିକ ସ୍ତରରୁ ପ୍ରଧାନ ଶିକ୍ଷକ ଶ୍ରୀ ଷଣ୍ଡେଶ୍ଵର ନାଗ ଓ ସି. ଆର.ସି.ସି. ଶ୍ରୀ ସୁଶାନ୍ତ ଭୋଇ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି l ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଶୁକଦେବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ