August 27, 2025
Home » ଶ୍ରମ କୋଡ଼ ବାତିଲ ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର କଳା ଦିବସ ପାଳନ

ଶ୍ରମ କୋଡ଼ ବାତିଲ ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର କଳା ଦିବସ ପାଳନ

0
WhatsApp Image 2024-09-24 at 4.15.12 PM (1)

 

ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ ,ମାସିକ ସର୍ବ ନିମ୍ନ ୨୬ ହଜାର ଦରମା ଓ ପୁରୁଣା ପେନସନ ଲାଗୁକରିବା ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଆଜି ଦେଶ ବ୍ୟାପି କଳା ଦିବସ ପାଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି।ଏହାର ଅଂଶ ବିଶେଷ ଭାବେ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକର ବ୍ରହ୍ମପୁର ଶାଖା ପକ୍ଷରୁ ସ୍ଥାନୀୟ ଶ୍ରମ କମିଶନର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧ ନୀତି ଗୁଡ଼ିକୁ ଅତିଶୀଘ୍ର ବାତିଲ କରିବା ପାଇଁ ସ୍ଲୋଗାନ ଦେଇଥିଲେ।ଅତିଶୀଘ୍ର ଶ୍ରମ କୋଡ଼କୁ ବାତିଲ କରିବା ,ସର୍ବନିମ୍ନ ଦରମାମାସକୁ ୨୬ ହଜାର ଟଙ୍କା କରିବା ଏବଂ ଓପିଏସ୍ ଲାଗୁ କରିବା ପାଇଁ ଦାବିକରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସିଟୁ ନେତା ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଆଇଏନ୍ ଟିୟୁସି ନେତା କାମ ଦେବ ପାହାନ, ଆଇଏନ୍ଟିୟୁସି ନେତା ଭୋକଲି ସେଠି, ଏଚଏମ୍ଏସ୍ ର ସତ୍ୟ ତ୍ରିପାଠୀ, ଏଆଇ ୟୁଟିସି ର ନିମାଇ ସାହୁ, ପାପୁନି ସାହୁ,ନୃସିଂହ ବ୍ରହ୍ମା, ସୁବୋଧ ସାହୁ, ମଧୁ ବେହେରା, ଏଭିସ ର ପାତ୍ର ଏବଂ ରାଜା ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *