August 21, 2026
Home » 35 ତମ ଆନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ ପାଳିତ

35 ତମ ଆନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ ପାଳିତ

0
WhatsApp Image 2025-08-22 at 11.27.54 AM

ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଳଜୀ ତମଶ୍ଵା ଯୋଗାଳୟ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା 35 ତମ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଜ୍ୟୋତିରଞ୍ଜନ ପଟ୍ଟନାୟକ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ସସମ୍ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସଭାମଞ୍ଚକୁ ଆମନ୍ତ୍ରିତ କରିଥିବା ସହ ସଭାପତି ଡ. ଜ୍ୟୋତି ରଞ୍ଜନ ବହିଦାର ଙ୍କର ଅଧ୍ୟକ୍ଷତାରେ ସଭା ଆରମ୍ଭ ହୋଇଥିଲା । ସଂଘ ର ଉପଦେଷ୍ଟା ସାମ୍ବାଦିକ ଗୋରେଖ ନାଥ ସାହୁ, ଡ଼. ସନ୍ତୋଷ କୁମାର ପାଢ଼ୀ,ଉପ ସଭାପତି ଡ.ଆର୍ତ୍ତତ୍ରାଣ ବାବୁ, ସମ୍ପାଦକ ଜ୍ୟୋତିରଞ୍ଜନ ପଟ୍ଟନାୟକ, ଶିକ୍ଷାବିତ୍ ବ୍ରଜମୋହନ ଦାନୀ, ଆଇନ୍‌ଜୀବୀ ବ୍ୟୋମୋକେଶ ଦାଶ, ଅଧ୍ୟାପିକା ମୀନା ମହାରଣା ପ୍ରମୁଖ ଆଲୋଚ଼ନା ରେ ଅଂଶଗ୍ରହଣ କରି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନର ବୈଶିଷ୍ଟତା , ଆବଶ୍ୟକତା , ଉପଲବ୍ଧି ତଥା ଅଭିଜ୍ଞତା ଉପରେ ମହତ୍ତ୍ୱପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ସମସ୍ତ ବରିଷ୍ଠ ନାଗରିକ ନିଜର ହକ୍ ପାଇଁ ଏକଜୁଟ ହୋଇ ଲଢ଼େଇ କରିବା ସଙ୍ଗେସଙ୍ଗେ ରାଷ୍ଟ୍ର ପ୍ରତି ସମର୍ପିତ ହୋଇ ସମାଜକୁ ଶିକ୍ଷା, ସଂସ୍କାର ଦେଇ ସୁଧାର କରିବା ଦିଗରେ ଆଗେଇ ଯିବା ପାଇଁ ଆହ୍ୱାନ ଦିଆ ଯାଇଥିଲା। ଶିକ୍ଷାବିତ୍ ପ୍ରଦୀପ କୁମାର ପୁରୋହିତ ସଭା ସଂଯୋଜନା କରିଥିବାବେଳେ ଧନ୍ୟବାଦ୍ ଅର୍ପଣ କରିଥିଲେ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ରଥ । ଉକ୍ତ ସଭାରେ ଇନ୍ଦୁମତି ପୁରୋହିତ,ଦେବକିଶୋର ଦାନୀ, ସତ୍ୟ ନାରାୟଣ ମିଶ୍ର, ଶ୍ରୀବତ୍ସ ମଲ୍ଲିକ, ହରିହର ଶତପଥୀ, ସୁଧାଂଶୁ ଶେଖର ପାଢ଼ୀ, ଦୟାନିଧି ସେଠୀ,ଶୈଳେନ୍ଦ୍ର କୁମାରସାହୁ, ନବୀନ କିଶୋର ଖଟୁଆ, ବୈକୁଣ୍ଠ ଶତପଥୀ, ସୁନାଧର ହୋତା ଲୋକନାଥ ପଣ୍ଡା,ଜଗଦୀଶ ମେହେର, ମୁକୁନ୍ଦ କରଡିଆ, ଅତୁଲ ଚ଼ନ୍ଦ୍ର ଦାଶ ପ୍ରମୁଖ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ଅବସରରେ ସଂଘର ଏକ ପ୍ରତିନିଧି ଦଳ- ସଭାପତି ଡ଼. ଜ୍ୟୋତିରଞ୍ଜନ ବହିଦାର, ଉପ ସଭାପତି ଡ.ଆର୍ତ୍ତତ୍ରାଣ ବାବୁ, ଉପଦେଷ୍ଟା ଡ଼. ସନ୍ତୋଷ କୁମାର ପାଢ଼ୀ ,ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ପ୍ରମୁଖ କର୍ମକର୍ତ୍ତାଗଣ ସଂଘର ଜଣେ ପ୍ରାକ୍ତନ ବର୍ଷିୟାନ୍ ସଦସ୍ୟ ଯୋଗାଚାର୍ଯ୍ୟ ନ୍ୟୁନଚ଼ନ୍ଦ୍ର ପୂଜାହାରୀ ( 92 ବର୍ଷ)ଙ୍କୁ ଭାବ ଭକ୍ତିରେ ସୌଜନ୍ୟମୂଳକ ସାକ୍ଷାତ କରି ଶୁଭେଚ୍ଛା, ନମନ,ଅଭିନନ୍ଦନ, ଜଣାଇ ତାଙ୍କ ଆଶୀର୍ବାଦ ନେବା ସହିତ, ପୂଜ୍ୟଙ୍କର ସୁସ୍ଥ ଓ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed