କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପରିବାର ସହ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପରିବାର ସହ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ସାରା ବିଶ୍ବର ମଙ୍ଗଳ କାମନା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଶ୍ରୀମନ୍ଦିର ସିଂହଦ୍ୱାର ନିଆଁ ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହେଉଥିବା ଯଜ୍ଞରେ ସାମିଲ୍ ହୋଇଥିଲେ। ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ପରିବାର ଲୋକଙ୍କୁ ଖଣ୍ଡୁଆ ପ୍ରଦାନ କରାଯାଇଥିଲା। ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଆଜି ପବିତ୍ର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ମହାପ୍ରସାଦ ସେବନ କରିବାର ସଉଭାଗ୍ୟ ମିଳିଲା। ସାରା ବିଶ୍ବ ଏବେ ଖରାପ ପରିସ୍ଥିତିରେ ଗତି କରୁଥିବା ବେଳେ ବିଶ୍ୱରେ ଶାନ୍ତି ଓ ମଙ୍ଗଳ କାମନା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କୁ ସମସ୍ତେ ମାନିବା ସହିତ ପେଟ୍ରୋଲ, ଡିଜେଲ ବ୍ୟବହାର କମ୍ କରିବା, ବିଦେଶ ଯାତାୟତ ନକରିବା, ସୁନା ନକିଣିବା ଏବଂ ଓ୍ବାର୍କ ଫର୍ମ ହୋମ୍ ସମସ୍ତେ କରିବା ଉଚିତ୍। ଏହାଦ୍ବାରା ଏହି ସଙ୍କଟ ସମୟରେ ଦେଶର ବିକାଶ ହୋଇପାରିବ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
