October 16, 2024

26 ତମ ପଲଶାଗୋରା ର ଗଜଲକ୍ଷ୍ମୀପୂଜା, ମୁଖ୍ୟ ଆକର୍ଷଣ କଂସ ଦରବାର l ବୌଦ୍ଧ — ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲଶାଗୋରା ସ୍ୱସ୍ତିକ କ୍ଲବ ଦ୍ୱାରା ଆୟୋଜିତ ହେଉଥିବା ଗଜଲକ୍ଷ୍ମୀପୂଜା ଚଳିତ ବର୍ଷ 26 ତମ ବର୍ଷ ରେ ପଦାର୍ପଣ କରିଛି l ଏହି ପରିପ୍ରେକ୍ଷୀରେ ଚଳିତ ଆଶ୍ୱିନ ମାସ ପୂର୍ଣ୍ଣିମା (ଇଂରାଜୀ ତାରିଖ 16/10/24) ବୁଧବାର ଦିନ ଠାରୁ 22/10/24 ତାରିଖ ମଙ୍ଗଳବାର ଦିନ ପର୍ଯ୍ୟନ୍ତ ପଲଶାଗୋରା ସ୍ଥିତ ସାର୍ବଜନୀନ ପୂଜା ମଣ୍ଡପ ଠାରେ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହେବ l ଏହି ଉପଲକ୍ଷେ 16/10/24 ତାରିଖ ବୁଧବାର ଦିନ କଳସ ଯାତ୍ରା ଓ ପୂଜା ଆରମ୍ଭ ହେବାକୁ ଥିବା ବେଳେ 17/10/24 ତାରିଖ ଗୁରୁବାର ଦିନ ଠାରୁ 22/10/24 ତାରିଖ ମଙ୍ଗଳବାର ଦିନ ପର୍ଯ୍ୟନ୍ତ ରାତ୍ର 9 ଘଣ୍ଟା ଠାରୁ ପ୍ରତ୍ୟହ ମୁରାସୁର ଦରବାର ଅନୁଷ୍ଠିତ ହେବ l ପ୍ରତ୍ୟେକ ଦିନ 3 ଟା ରେ ପ୍ରସାଦ ସେବନ ର ବ୍ୟବସ୍ଥା ରହିଥିବା ବେଳେ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ରେ କଂସ ମହାରାଜ ଭୂମିକା ରେ ଅଭିନୟ କରିଥିବା ହୃଷିକେଶ ଭୋଇ ମୁରାସୁର ଦରବାର ରେ ମୁରାସୁର ଭୂମିକା ରେ ଅଭିନୟ କରିବେ l ଏକ ସପ୍ତାହ ଧରି ଚାଲିଥିବା ପଲଶାଗୋରା ର ଗଜଲକ୍ଷ୍ମୀ ପୂଜା 23/10/24 ତାରିଖ ବୁଧବାର ଦିନ ଭଷାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଗଜଲକ୍ଷ୍ମୀ ପୂଜା କମିଟି ତଥା ସ୍ୱସ୍ତିକ କ୍ଲବ ତରଫରୁ ସୂଚନା ଦିଆଯାଇଛି l

ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *