ବାତ୍ୟା ପରେ ପାହାଡ଼ ଚଢ଼ି ଅପହଞ୍ଚ ଅଞ୍ଚଳରେ ପହଞ୍ଚିଲେ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳ
ବାତ୍ୟା ପରବର୍ତୀ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟର ତଦାରଖ କରିବା ପାଇଁ ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ଗଙ୍ଗବାଡ଼ ପଞ୍ଚାୟତରେ ପହଞ୍ଚିଛନ୍ତି ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳ। ରାସ୍ତାଘଟ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନେ ନିଜେ ପାହାଡ଼ ଚଢ଼ି ଅପହଞ୍ଚ ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସମସ୍ୟା ବୁଝିଛନ୍ତି ଏବଂ ତୁରନ୍ତ ସହାୟତା ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।
