4 କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ଟ୍ରକ ଓ କାର ଜବତ : ନଗଦ ଟଙ୍କା ସହ 5 ଗିରଫ

l
ସୁବର୍ଣ୍ଣପୁର –ଉଲୁଣ୍ଡା ପୋଲିସ କୁ ମିଳିଛି ବଡ଼ ସଫଳତା l ବାହାର ରାଜ୍ୟ କୁ ଚାଲାଣ ବେଳେ ପୋଲିସ ହାତରେ ଧରାପଡ଼ିଛି ବିପୁଳ ପରିମାଣ ର ଗଞ୍ଜେଇ l ପଡୋଶୀ ବୌଦ୍ଧ ଜିଲ୍ଲା ରୁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଦେଇ ବାହାର ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଏକ ଟ୍ରକ କୁ ଅଟକାଇଥିଲା l କାଜୁ ଚୋପା ବୋଝେଇ ହୋଇ ଯାଉଥିବା ଟ୍ରକ ଭିତରୁ ବିପୁଳ ପରିମାଣ ର ଗଞ୍ଜେଇ ବାହାରିଥିଲା l ଟ୍ରକ କୁ ଏସକର୍ଟ ଦେଇ ଯାଉଥିବା ଏକ କାର କୁ ମଧ୍ୟ ପୋଲିସ ଜବତ କରିଛି l କାଜୁ ଚୋପା ଵୋଝେଇ ଟ୍ରକ ରୁ ପୁଲିସ ଗଞ୍ଜେଇ ଜବତ କରି 5 ଜଣ ଅଭିଯୁକ୍ତକୁ ଗିରଫ କରିଛି l ଗଞ୍ଜେଇ କାରବାର ରେ ବ୍ୟବହୃତ ଟାଟା ଟ୍ରକ (ନମ୍ବର BR -06 GD 3322 )ଓ ବ୍ରେଜ଼ଜ଼ା କାର ( ନମ୍ବର OD -07 N 1918 ) କୁ ଜବତ କରାଯାଇଛି l ଅଭିଯୁକ୍ତ ମାନଙ୍କ ଠାରୁ 7 ଟି ମୋବାଇଲ ଓ ନଗଦ 1,97,000/ ଟଙ୍କା ମଧ୍ୟ ଜବତ କରାଯାଇଛି l ବିହାର ରାଜ୍ୟ ମତିହାର ଜିଲ୍ଲା ମେହେସି ର ରାଜ କୁମାର ରାୟ (34), ବିହାର ରାଜ୍ୟ ମୁଜାଫରପୁର ଜିଲ୍ଲା ସାହେବଗଞ୍ଜ ଥାନା ମାଧପୁରହଜର ର ବିକାଶ କୁମାର (19),ସମ୍ବଲପୁର ଟାଉନ ନନ୍ଦପଡା ର ସଞ୍ଜୀବ ବାଗ (30),ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଧୂଙ୍ଗିଆପଦର ର ପରାଶର ଥାଟି ( 22) ଓ କଣ୍ଟାମାଳ ଥାନା ରୁଣ୍ଡିମହୁଲ ଗାଁ ର ଶଙ୍କର୍ଷଣ ବାରିକ (44) ବୋଲି ଜଣାପଡିଛି l ଟାଟା ଟ୍ରକ ରେ ଦୁଇଜଣ ଓ କାର ରେ ତିନି ଜଣ ଆସାମୀ ଥିଲେ l ସୋମବାର ଦିନ ଭୋର୍ ସକାଳୁ ଏକ କାଜୁ ଚୋପା ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଉଲୁଣ୍ଡା ପୁଲିସ ଖବର ପାଇ ଏକ ଟିମ ଥାନା ସମ୍ମୁଖରେ ଟ୍ରକ ଅଟକାଇ ଯାଞ୍ଚ କଲା ପରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା l ଗଞ୍ଜେଇ ଚୋରା ଚାଳଣ ରେ ବ୍ୟବହୃତ ଟ୍ରକ ଓ କାର କୁ ଜବତ କରିଛି l ମାଜିଷ୍ଟେଟ ତଥା ଅତିରିକ୍ତ ତହସିଲଦାର ସୋମନାଥ ବେହେରା, ଏସଡିପିଓ ହେମନ୍ତ ରାଓ, ଆଇଆଇସି ଲିଙ୍ଗରାଜ ସେଠୀ, ଏସଆଇ ଦେବାଶିଷ ସାହୁଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କଲା ପରେ 4 କୁଇଣ୍ଟାଲ 31 କେଜି 600 ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା l ଏ ନେଇ ଉଲୁଣ୍ଡା ଥାନା କେସ ନମ୍ବର -101/28/7/2025 U/s-20( b)(ii) C/29 NDPS Act ରେ ମାମଲା ରୁଜୁ କରାଯାଇଛି l ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ମଙ୍ଗଳବାର ସୁବର୍ଣ୍ଣପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..