July 23, 2026
Home » ଧର୍ମଗଡ ଡାକ୍ତରଙ୍କ ଘରେ ଡକାୟତି ଘଟଣା ୨ ମହିଳା ସହଯୋଗୀ ଗିରଫ

ଧର୍ମଗଡ ଡାକ୍ତରଙ୍କ ଘରେ ଡକାୟତି ଘଟଣା ୨ ମହିଳା ସହଯୋଗୀ ଗିରଫ

0
WhatsApp Image 2026-07-23 at 12.02.47 PM

 

ମୁଖ୍ୟ ଡ଼କାୟତ ମାନକ ସୁରାକ୍ ମିଳିଥିବା ସୂଚନା….

ଧର୍ମଗଡ଼: ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାସ୍ଥିତ ସରକାରୀ ବାସଭବନରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଜିତ ଦାସଙ୍କ ଘରେ ଘଟିଥିବା
ବହୁଚର୍ଚ୍ଚିତ ଡକାୟତି ମାମଲାରେ ଧର୍ମଗଡ଼ ପୁଲିସକୁ ସଫଳତା ମିଳିଛି।ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୁଇଜଣ ମହିଳା ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ମୁଖ୍ୟ ଡ଼କାୟତ ମାନଙ୍କୁ ଧରିବା ପାଇଁ ପୋଲିସ୍ ଜାଲ ବିଛାଇଛି।
ଗିରଫ ମହିଳାମାନେ ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକର ଭୁବନେଶ୍ବରୀ ହରିଜନ(୧୯) ଓ କୁମାରୀ ହରିଜନ(୨୦)। ପୁଲିସ ସୂଚନା ଅନୁଯାୟୀ,ଡକାୟତି ପରେ ଲୁଟ୍ ହୋଇଥିବା ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀର ବିକ୍ରିଓ ବଣ୍ଟନରେ ସେମାନେ ସହଯୋଗ କରୁଥିଲେ। ତଦନ୍ତ ସମୟରେ ମିଳିଥିବା ପ୍ରମାଣ ଆଧାରରେ ଧର୍ମଗଡ଼ ଥାନା ଅଧିକାରୀ ସୁଜ୍ଞାନ ବାରିକଙ୍କ ନେତୃତ୍ବରେ ପୁଲିସ ଟିମ୍ ଚଢ଼ଉ କରି ଉଭୟଙ୍କୁ
ଗିରଫ କରିଛି। ଚଢାଉ ସମୟରେ ସୁରାକ୍ ପାଇ ମୁଖ୍ୟ ଡ଼କାୟତ ମାନେ ଫେରାର ହୋଇ ଯାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ଜୁଲାଇ ୧୧ ବିଳମ୍ବିତ ରାତିରେ ୪ ଜଣ ସଶସ୍ତ୍ର ଦୁର୍ବୃତ୍ତ ଡା.ଦାସଙ୍କ ସରକାରୀ ବାସଭବନରେ ପଶି ତାଙ୍କ ହାତ,ଗୋଡ଼ ଓ ମୁହଁ ବାନ୍ଧି ଦୁଇଟି ସୁନା ଚେନ୍, ଦୁଇସୁନା ମୁଦି ଏବଂ ପ୍ରାୟ ୮୦ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଘଟଣା ଅଞ୍ଚଳରେଚାଞ୍ଚଲ୍ୟ ସୃଷ୍ଟି କରିବା ସହ ପୋଲିସ୍ ର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥଲା।ଏ ଘଟଣାର ତଦନ୍ତକୁ ତ୍ବରିତ୍ଵ କରି ଧର୍ମଗଡ ଥାନା ପୁଲିସ ଦୁଇ ମହିଳାଙ୍କ ଗିରଫକୁ ମାମଲାର ଗୁରୁତ୍ବପୂର୍ଣ୍ଣ ସଫଳତା ବୋଲି ମନେ କରାଯାଉଛି। ଧର୍ମଗଡ଼ ଥାନା ଅଧିକାରୀ ସୁଜ୍ଞାନ ବାରିକ ଦାୟିତ୍ବ ଗ୍ରହଣ କରିବା ଅଳ୍ପ ଦିନ ମଧ୍ୟରେ ଏହି ବହୁଚର୍ଚ୍ଚିତଡକାୟତି ମାମଲାର ପର୍ଦ୍ଦାଫାସ୍ ହେବାସ୍ଥାନୀୟ ଲୋକ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।ଡ଼କାୟତ ମାନେ କେଉଁ ଅଞ୍ଚଳର ତାର ସୁରାକ୍ ମିଳିଛି ଆଉ ଖୁବ୍ ଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ପୁଲିସ୍ ସୂତ୍ରରୁ ପ୍ରକାଶ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *