August 10, 2026
Home » ନୟାଗଡ଼ ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନଙ୍କୁ ନେଇ ବନ୍ଧୁମିଳନ

ନୟାଗଡ଼ ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନଙ୍କୁ ନେଇ ବନ୍ଧୁମିଳନ

0
unnamed
 ନୟାଗଡ (ଇପିଏ ) ନୟାଗଡ ଜିଲ୍ଲା ଅନ୍ତର୍ଗତ ଆଠ ଗୋଟି ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ର ନୀଳମାଧବ ହୋଟେଲ ଠାରେ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ଵାରା ଆୟୋଜିତ ଓ ଶାନ୍ତି ଶେଖର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହଆଲୋଚନା କାର୍ଯ୍ୟକ୍ରମରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ସମସ୍ୟା, ବୀମା ଯୋଜନା ଓ ସର୍ବୋପରି ସାମ୍ବାଦିକ ଏକତା ସଂପର୍କରେ ବରିଷ୍ଠ ସାମ୍ବାଦିକ ମାନେ ସୂଚନା ପ୍ରଦାନ କରିଥିଲେ। ରାଜ୍ୟରେ ସାମ୍ବାଦିକ ମାନଙ୍କୁ ନେଇ ବହୁ ସଂଖ୍ୟକ ସଂଘ ଗଢ଼ିଉଠିଥିବା ବେଳେ ସାମ୍ବାଦିକ ମାନଙ୍କର ସମସ୍ୟା ପ୍ରତି ସରକାର ଉଦାସୀନ ରହିବା ଯୋଗୁଁ ଆଲୋଚନାଚକ୍ରରେ ସମସ୍ତେ ଉଦବେଗ ପ୍ରକାଶ କରିଥିଲେ। ନିଜେ ମୂଖ୍ୟମନ୍ତ୍ରୀ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସମ୍ଭାଳୁଥିବା ସମୟରେ ଅନ୍ୟ ରାଜ୍ୟ ଗୁଡ଼ିକରେ ପେନସନ ଲାଗୁ କରା ଯାଇଥିବା ବେଳେ ଓଡ଼ିଶାରେ ଏହା ବିଳମ୍ବ କରାଯାଇଥିବା ଯୋଗୁଁ ସାମ୍ବାଦିକ ମାନଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି। ରାଜ୍ୟର ସମସ୍ତ ସଂଘ ପକ୍ଷରୁ ପେନସନ, ସୁରକ୍ଷା ଓ ସ୍ଵୀକୃତି ପ୍ରଦାନ ପାଇଁ ବହୁବାର ଦାବି ଉପସ୍ଥାପନ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରି ସମୟ ଗଡ଼ାଇ ଚାଲିଥିବା ଯୋଗୁଁ ଉଦବେଗ ପ୍ରକାଶ ପାଇଥିଲା। ଫଳରେ ସମସ୍ତେ ଏକାଠି ହେବାର ସମୟ ଆସିଥିବା ଓ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ପ୍ରସ୍ତାବ ରଖାଯାଇଥିଲା। ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ସୁଧାକର ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ଭଗବାନ ମହାପାତ୍ର, କୁନି ଫାତିମା ବେଗମଙ୍କ ସମେତ ୬୦ ଜଣରୁ ଉର୍ଦ୍ଧ୍ୱ ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *