April 27, 2025
vlcsnap-2024-07-26-16h35m22s207

ପୁରୀ ଭିଆଇପି ରୋଡରେ ଥିବା କ୍ରିଷ୍ଣା ଧାମ୍ ଆପାର୍ଟମେଣ୍ଟରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ରେଡ୍ କରାଯାଇଛି। ବଲାଙ୍ଗୀର ଲୋୟର ସୁକତେଲ ପ୍ରୋଜେକ୍ଟର ଚିଫ୍ କନଷ୍ଟ୍ରକସନ ଇଞ୍ଜିନିୟର ସୁନୀଲ ରାଉତଙ୍କ ଫ୍ଲାଟରେ ଏହି ରେଡ୍ କରାଯାଇଛି। କ୍ରିଷ୍ଣା ଧାମ୍ ଆପାର୍ଟମେଣ୍ଟର ଫ୍ଲାଟ ନଂ ୧୦୪ ସୁନିଲ୍ ରାଉତଙ୍କ ନାମରେ ଥିବା ବେଳେ ଏହାକୁ ସେ ଭଡ଼ାରେ ଲଗାଇଥିବା ଜଣାପଡିଛି।

ତେବେ ଭିଜିଲାନ୍ସ ର ଏକ ଟିମ୍ ଏଠାରେ ପ୍ରାୟ ଏକ ଘଣ୍ଟା ଧରି ଚଢ଼ାଉ କରିଥିବା ବେଳେ ପୁରୀ ଗ୍ରାଣ୍ଡ ରୋଡରେ ଥିବା ଶ୍ରୀନଅର ନିକଟ ଭକ୍ତ ନିବାସରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ରେଡ୍ ହୋଇଛି। ଭକ୍ତ ନିବାସର ଜେ ବ୍ଲକରେ ଥିବା ଧୁର ଭବନ ଫ୍ଲାଟ କୁ ଭିଜିଲାନ୍ସ ପକ୍ଷରୁ ସିଜ୍ କରାଯାଇଛି। ଗତ କିଛିଦିନ ହେବ ଏହି ଧୁର ଭବନ ଫ୍ଲାଟ୍ ଟି ଚାବି ପଡି ରହିଥିଲା। ଭିଜିଲାନ୍ସ ର ଅଧିକାରୀ ମାନେ ଏହି ଫ୍ଲାଟରେ ଯାଞ୍ଚ କରିବା ସହ ଏହାକୁ ସିଜ୍ କରିଛନ୍ତି। ତେବେ ଏନେଇ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ଭିଜିଲାନ୍ସ ଅଧିକାରୀ।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *