October 8, 2026
Home » ଆଜି ଓଡିଶା ବନ୍ଦ ର ପ୍ରଭାବ

ଆଜି ଓଡିଶା ବନ୍ଦ ର ପ୍ରଭାବ

0
WhatsApp Image 2026-10-08 at 1.44.14 PM

 

 

ଭୁବନେଶ୍ୱର : ଆଜି ସମଗ୍ର ରାଜ୍ୟରେ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ଓ  ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଓ ବିଭିନ୍ନ ଗଣସଂଗଠନ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।

ଫଳରେ ସକାଳୁ ସନ୍ଧ୍ୟା ଯାଏଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ସହ ଯାତାୟାତ ଏବଂ ବ୍ୟବସାୟ ବାଣିଜ୍ୟ ସମ୍ପୂର୍ଣ୍ଣ ଠପ୍ ହେବା ଆଶଙ୍କା ପ୍ରକାଶ ପାଉଛି ।  ​ଗାଡିମୋଟର ବନ୍ଦ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି l ​ବନ୍ଦ ପାଳନ ସମୟରେ  ଜାତୀୟ ରାଜପଥରୁ ଗଳିକନ୍ଦି ଯାଏଁ ଯାନବାହନ ଚଳାଚଳ ବନ୍ଦ ରହିଛି l ​

ସହର ତଥା ଗ୍ରାମାଞ୍ଚଳର ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ, ସ୍କୁଲ ଓ କଲେଜ ବନ୍ଦ ରହିଥିବା ଦେଖିବାକୁ ମିଳିଛି l ​ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକୀୟ ସେବାକୁ ବନ୍ଦ ଡାକରାରୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି l ​ଚିକିତ୍ସା ସେବା: ଡାକ୍ତରଖାନା, ଆମ୍ବୁଲାନ୍ସ, ଔଷଧ ଦୋକାନ ସ୍ୱାଭାବିକ ଭାବେ ଚାଲିଛି l ​ପୋଲିସ ପ୍ରଶାସନ ଓ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି l​

ଏହି ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରୁଥିବାରୁ  ଏହାର ବିଶେଷ ଭାବେ ପ୍ରଭାବ ପଡିଛି ।  ରାସ୍ତା ରେ କାଁ ଭାଁ ଗାଡିମୋଟର ଦେଖିବାକୁ ମିଳିଛି l  ବିଭିନ୍ନ ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l

 

bhubaneswar ru madhu sahu nka report

Leave a Reply

Your email address will not be published. Required fields are marked *