5E MODEL LESSON PLAN ଶୀର୍ଷକରେ ଆୟୋଜିତ
କୋରାପୁଟ ସ୍ଥାନୀୟ ଡ଼ି ଏ ଭି ଶିକ୍ଷକ ଶିକ୍ଷା ମହାବିଦ୍ୟଳଳୟ ରେ ତା ୨୧ -୧୧-୨୦୨୪ ତାରିଖରେ 5E MODEL LESSON PLAN ଶୀର୍ଷକରେ ଆୟୋଜିତ ହେଇ ଥିଲା । ମହାବିଦ୍ୟାଳୟ ର ଅଧକ୍ଷ ପ୍ରୋଫେସର ଡକ୍ଟର ଦେବେନ୍ଦ୍ର କୁମାର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଏକ ଦିବସୀୟ କର୍ମଶାଳା ରେ ବିଶିଷ୍ଟ ଶିକ୍ଷାବିତ୍ ଅଧ୍ୟକ୍ଷ , ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭଞ୍ଜନଗର ପ୍ରୋଫେସର ଡକ୍ଟର ବିମଳ ଚରଣ ସ୍ଵାଇଁ ଏବଂ ଏହି ଅନୁଷ୍ଠାନ ର ପୂର୍ବତନ ଅଧକ୍ଷ ଡକ୍ଟର ବୃନ୍ଦାବନ ଚନ୍ଦ୍ର ମିଶ୍ର ବିଷୟ ବିଶେଷଜ୍ଞ ଭାବେ ଯୋଗ ଦାନ କରି ଛାତ୍ରଛାତ୍ରୀ ମାନଙ୍କୁ 5E Lesson plan ( ପାଠ ପରିକଳ୍ପନା) ର ପ୍ରସ୍ତୁତି ପ୍ରଣାଳୀ ଓ ଶ୍ରେଣୀଗୃହ ରେ ତାର ବ୍ୟବହାର ବିଷୟରେ ଦିଗ୍ ଦର୍ଶନ ଦେଇଥିଲେ ।
ଏହି କର୍ମଶାଳାରେ ଛାତ୍ର ଛାତ୍ରୀ ମାନେ କିଭଲି ଭାବେ 5E LESSON ପ୍ଲାନ୍ ର ଆଗାମୀ ଅଭ୍ୟାସ ଶିକ୍ଷାଦାନ ରେ ବ୍ୟବହାର କରିବେ ସେହି ବିଷୟରେ ନିଜେ ଅଭ୍ୟାସ କରିଥିଲେ | BEd ଛାତ୍ର ଛାତ୍ରୀ ମାନେ 5E ଶିକ୍ଷା ପ୍ରଣାଳୀ ମାଧ୍ୟମରେ କିପରି ଭାବେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଭାବ ଶାଳୀ ଶିକ୍ଷା ଦାନ କରିବେ ସେଥି ପ୍ରତି କର୍ମଶାଳା ରେ ବିଶେଷ ଭାବେ ଧ୍ୟାନ ଦିଆ ଯାଇଥିଲା । ସମସ୍ତ ଛାତ୍ର ଛାତ୍ରୀ କର୍ମଶାଳା ରେ ସକ୍ରିୟ ଅଂଶ ଗ୍ରହଣ କରିବା ସହିତ ଉପରୋକ୍ତ ପ୍ରଶିକ୍ଷକ ମାନଙ୍କ ଦ୍ଵାରା ସଂଶୋଧନ ଏବ୍ଂ ମୂଲ୍ୟାୟନ କରାଯାଇଥିଲା ।
ଏଥିରେ ଅନୁଷ୍ଠାନର ସମସ୍ତ ସହକାରୀ ଅଧ୍ୟାପକ ଅଧ୍ୟାପିକା ଗଣ ସହଯୋଗ କରିଥିଲେ । ସହକାରୀ ପ୍ରଫେସର ପ୍ରଜ୍ଞା ପାରମିତା ସାମନ୍ତରାୟ କର୍ମଶାଳା ପରିଚାଳନା କରିଥିଲେ ଏବଂ ଡାଃ ରାଖୀ ନାୟକ ଧନ୍ଯବାଦ୍ ଅର୍ପଣ କରିଥିଲେ ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ