July 16, 2025
Home » ମିଳିତ କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ବିଳନୀ : ଜିଲ୍ଲାପାଳ ଙ୍କ ଉଦ୍ଧତ ବୟାନ କୁ ଘୋର ନିନ୍ଦା

ମିଳିତ କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ବିଳନୀ : ଜିଲ୍ଲାପାଳ ଙ୍କ ଉଦ୍ଧତ ବୟାନ କୁ ଘୋର ନିନ୍ଦା

0
WhatsApp Image 2024-11-22 at 3.42.41 PM (1)

ସୁବର୍ଣ୍ଣପୁର — ଜିଲ୍ଲାପାଳ ଙ୍କ “ରୁଟି ସେକ” – ଆଜି ଗଣମାଧ୍ୟମ ର ତତ୍ପରତା ଫଳରେ ଏହି ଡାଇଲଗ ଓଡ଼ିଶା ର ଘରେ ଘରେ ପହଞ୍ଚିପାରିଛି ଓ ବର୍ତ୍ତମାନ ବି ଓଡ଼ିଶା ରେ ଚାଲିଥିବା ଅଫିସର ରାଜ ର ବ୍ୟବସ୍ଥା କୁ ପର୍ଦ୍ଦାଫାଶ କରିଛି। ଏକ ମାନସିକତା କୁ ଲୋକଲୋଚନକୁ ଆଣିଛି ଯାହା ହେଉଛି ଔପନିବେଶିକ ମାନସିକତା ବା କୋଲୋନିଆଲ୍ ମେଣ୍ଟାଲିଟି। ଇଂରେଜ ଶାସନ ସମୟ ରେ ଯେମିତି କଲେକ୍ଟର ଙ୍କୁ ଜିଲ୍ଲା ର ମାଲିକ ଭାବେ ଖୁଲା ଛାଡି ଦିଆଯାଉଥିଲା ଓ ତାଙ୍କ ତଳେ ଥିବା ଅମଲାତନ୍ତ୍ର ଲୋକ ଙ୍କୁ ଲୁଟ କରୁଥିଲେ ଆଜି ବି ସେ ମାନସିକତା ଯାଇନାହିଁ। ଆଜି ବି ନୌକରସାହି ର ସମସ୍ତ ଅଫିସର ଜନସାଧାରଣ ଙ୍କୁ ମଳିମୁଣ୍ଡିଆ ଦୃଷ୍ଟି ରେ ଦେଖୁଛନ୍ତି ଓ ନିଜକୁ ମାଲିକ ବୋଲି ଭାବୁଛନ୍ତି। ସୋନପୁର ଜିଲ୍ଲାପାଳ ଓ ଏସ ପି ଙ୍କ ବ୍ୟବହାର ଏହାର ଜ୍ୱଳନ୍ତ ଉଦାହରଣ। ଆମେ ନିର୍ବାଚିତ କରି ପଠାଇଥିବା ଜନ ପ୍ରତିନିଧି ମାନେ ତାଙ୍କୁ ବୋଧେ ଏହି ସାହାସ ଦେଉଛନ୍ତି ବୋଲି ଆମର ସନ୍ଦେହ ହେଉଛି। ନ ହେଲେ ଆମ ସାଂସଦ ସଂଗୀତା କୁମାରୀ ସିଂଦେଓ, ଦୁଇ ବିଧାୟକ ରଘୁନାଥ ଜଗଦଳା ଓ ନିରଞ୍ଜନ ପୁଝାରୀ ଙ୍କ ଉପସ୍ଥିତି ରେ ଚାଷୀ ନେତା ଙ୍କୁ ଘୋଷାଡି ନେଲା ଭଳି ଅଗଣତାନ୍ତ୍ରିକ କାର୍ଯ୍ୟ ହେଲା ଅଥଚ ନା ସେମାନେ ଏହା ବିରୋଧ ରେ କିଛି କହିଲେ ନା ସମବେଦନା ଜଣାଇଲେ। ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ର ଏକ ଅଗ୍ରଣୀ ସଂଗଠନ। ଯେଉଁ ସମୟ ରେ ପୂର୍ବ ସରକାର ର ଅଫିସର ରାଜ ଚାଲୁଥିଲା ବିରୋଧୀ ଦଳ ଗୁଡ଼ାକ ଯେତେ ବିରୋଧ କରୁନଥିଲେ ବେଶୀ ବିରୋଧ ପ୍ରଦର୍ଶନ କରୁଥିଲା ନବନିର୍ମାଣ କୃଷକ ସଂଗଠନ। ତେଣୁ, ଏହି ନୂତନ ସରକାର ବି ଅଫିସର ରାଜ କୁ ହିଁ ପ୍ରଦର୍ଶିତ କରୁଛି।ଜିଲ୍ଲାପାଳ ଯେଉଁ ଭାବରେ “ତୁମେ ରୋଟି ସେକନା ହୈ ତୋ ଜାଓ..” ଭଳି ଉଦ୍ଧତ ବୟାନ ଦେଲେ ଏହାର ଦୁଇଟି ଅର୍ଥ ଥାଇପାରେ ଯୋଉ ଦୁଇଟା ହିଁ ଘୃଣ୍ୟ। ଯଦି ସେ ଜଣେ ମହିଳା ନେତ୍ରୀ ଙ୍କୁ ଘର କୁ ଯାଇ ରୋଟି ସେକିବା କୁ କହିଲେ ସେ ସାଧାରଣ ନାରୀ ର କାର୍ଯ୍ୟ କୁ ଘୃଣ୍ୟ ଦୃଷ୍ଟି ରେ ଦେଖିଲେ ଏବଂ ଯଦି ରାଜନୀତି ର ରୋଟି ନ ସେକିବା ପାଇଁ କହିଲେ ସେ ଜଣେ ନାରୀ ନେତୃତ୍ୱ ଙ୍କୁ ନିରୁତ୍ସାହିତ କଲେ। କେନ୍ଦ୍ର ସରକାର ଯେଉଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଣି ଏକ ତୃତୀୟାଂଶ ମହିଳା ଙ୍କ ପାଇଁ ସିଟ ସଂରକ୍ଷଣ କରୁଛନ୍ତି ଏହା କେଉଁ ଉଦ୍ଦେଶ୍ୟ ରେ ବୋଲି ସୋନାଲି ବିଶି ଏହି ସାମ୍ବାଦିକ ସମ୍ବିଳନୀ ରେ ପ୍ରଶ୍ନ କରିଛନ୍ତି। କେବଳ ରାଜନୀତି ରେ ଥିବା ବ୍ୟକ୍ତି ମାନଙ୍କ ସ୍ତ୍ରୀ, ଝିଅ ମାନଂକୁ ନେତା କରିବା ପାଇଁ ନା ସାଧାରଣ ଚାଷୀ ଘର ର ଝିଅ ବୋହୁ ଜଣେ ବି ଆଜି ରାଜନୀତି ରେ ନେତୃତ୍ୱ ନେବା କଥା ଚିନ୍ତା କରିପାରିବ ବୋଲି ସେ ପଚାରିଛନ୍ତି। ସରକାର ନିଜର ପକ୍ଷ ସ୍ପଷ୍ଟ କରନ୍ତୁ ବୋଲି ସେ ସେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କୁ ଆହ୍ଵାନ କରିଛନ୍ତି। ଆମେ ସେହି ବୈଠକ ରେ ଉପସ୍ଥିତ ରହୁଥିଲୁ ବିଗତ ବର୍ଷ ଗୁଡ଼ିକରେ। ପ୍ରଶାସନ କୁ ଚାଷୀ ର ପ୍ରତ୍ୟେକ ମୁଖ୍ୟ ସମସ୍ୟା କହିକି ବୋଧେ ଅଡ଼ୁଆ ରେ ପକାଉଥିଲୁ। ଆଗରୁ ଥିବା ସମ୍ବେଦନଶୀଳ ଜିଲ୍ଲାପାଳ ମାନେ ଧାନ କିଣା ସମୟ ରେ ପ୍ରତ୍ୟକ୍ଷ ଭାବେ ଫୋନ୍ ଯୋଗେ ଆମ ସହ ଯୋଗାଯୋଗ ରେ ରହୁଥିଲେ। ଯୋଉ ଜାଗା ରେ ଧାନ ପଡ଼ି ରହୁଥିଲା ଜଣାଇଲେ ଜଲଦି ସମାଧାନ କରୁଥିଲେ। ପୁଆ ଓ ହିଲୁଙ୍ଗ ମଣ୍ଡି ଏହାର ଉଦାହରଣ। କିନ୍ତୁ ଏହି ଜିଲ୍ଲାପାଳ ଉଦ୍ଦେଶ୍ୟମୂଳକ ଭାବେ ନିଷ୍କ୍ରିୟ ରହୁଛନ୍ତି। ଚାଷୀ ର କୌଣସି ସମସ୍ୟା ପ୍ରତି ତାଙ୍କର ନଜର ନାହିଁ। ସେଦିନ ଆମେ ବୈଠକ କୁ ଯାଇଥିଲେ କଣ ଟା ପଚାରିଥାନ୍ତୁ? ସରକାର ନିଜେ ଧାନ କିଣିବି କହି କାହିଁକି ପୁଣି ମିଲର ମାନଙ୍କ ହାତ ରେ ଟେକି ଦେଉଛନ୍ତି? ବସ୍ତା ପଇସା ମିଲର ପାଉଥିବା ବେଳେ ଏ ଯାଏଁ ମଣ୍ଡି ମାନଙ୍କୁ ବସ୍ତା ପହଞ୍ଚି ନାହିଁ କାହିଁକି? ବସ୍ତା ପଇସା ଚାଷୀ କୁ ସିଧାସଳଖ ଦିଆଯାଉ ନାହିଁ କାହିଁକି? ନୂଆଁ ମେସିନ୍ ର ବ୍ୟବସ୍ଥା ରେ ଚାଷୀ କୁ ସଚେତନ କେବେ କରାଯିବ?
ବରଗଡ଼ ରେ କାଲିଠୁ, ବଲାଙ୍ଗୀର ରେ ଡିସେମ୍ବର ୨ ରୁ ମଣ୍ଡି ଖୋଲୁଥିବା ବେଳେ ସମାନ ଭୌଗୋଳିକ ସ୍ଥିତି ଥାଇ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା ରେ ମଣ୍ଡି ଖୋଲିବାରେ ଏତେ ବିଳମ୍ବ କାହିଁକି ଓ କାହା ସ୍ବାର୍ଥ ରେ? ଏ ସି ରୁମ୍ ରେ ବସି ଚାଷୀ ଭାଗ୍ୟ ଲେଖୁଥିବା ଜିଲ୍ଲାପାଳ ଏତେ ଦିନ କଣ ଦୁର୍ନୀତି ରୋଟି ସେକିବେ କି? ଏମିତି ଆହୁରି ମୌଳିକ ଅସୁବିଧା ଆମେ ସମ୍ମୁଖ କୁ ଆଣିଥାନ୍ତୁ। କିନ୍ତୁ ନୂତନ ଲୁଟ ତନ୍ତ୍ର ରେ ଏହା କେତେ ଅସୁବିଧା କରିଥାଆନ୍ତା ଯେ ଚାଷୀ ଙ୍କ ପାଇଁ ଆତଙ୍କବାଦୀ ଭଳିଆ ପୋଲିସ ପ୍ଲାଟୁନ କୁ ମୁତୟନ କରାଗଲା ଓ ଘୋଷାଡି କି ଫିଙ୍ଗି ଦିଆଗଲା । ଏପରିକି ଆରକ୍ଷୀ ଅଧିକ୍ଷକ ନିଜେ ସେଠାରେ ରହି ଏ ସବୁ କରାଇଲେ। ମହିଳା ନେତ୍ରୀ ଙ୍କୁ ବି ସ୍ପର୍ଶ କଲେ। ଏହା କୋଉ ସ୍ଵାଧୀନ ଭାରତ ର କାନୁନ୍? ଜନପ୍ରତିନିଧିଙ୍କ ଉପସ୍ଥିତି ରେ ଜିଲ୍ଲାପାଳଙ୍କ ଏହି ନାରୀ ଙ୍କ ପ୍ରତି ଘୃଣ୍ୟ ମନ୍ତବ୍ୟ କୁ ସାରା ଜିଲ୍ଲା ରେ ପହଞ୍ଚାଯିଵ ଓ ସଂଗଠନ ମଜବୁତ୍ କରି ଗାଁ ଗାଁ ରେ ନାରୀ ନେତୃତ୍ୱ ଓ ଚାଷୀ ନେତୃତ୍ୱ ଠିଆ କରାଯିବ ବୋଲି ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ସାମ୍ବାଦିକ ସମ୍ବିଳନୀ ରେ କହିଛନ୍ତି। ଏ ଭଳି ସମ୍ବେଦନହୀନ, ଦୁର୍ନୀତିରାଣୀ ଜିଲ୍ଲାପାଳ ଙ୍କୁ ଶୀଘ୍ର ବଦଳି କରିବା ପାଇଁ ସଂଗଠନ ର ଉପଦେଷ୍ଟା ରାଜେନ୍ଦ୍ର ମିଶ୍ର ଦାବି କରିଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *