February 24, 2026
vlcsnap-2024-08-02-16h33m26s64

କେରଳ ର ୱାୟନାଡ ରେ ଭୟଙ୍କର ଭୂସ୍ଖଳନ ଘଟି ଶତାଧିକ ଲୋକ ଙ୍କ ମୃତ୍ୟୁ ହୋଇଚି। ଏହି ଘଟଣା ସାରା ଦେଶ ବାସୀ ଙ୍କୁ ସ୍ତବ୍ଧ କରିଦେଇଛି। ସାରା ଦେଶରେ ଶୋକର ଛାୟା ଖେଳଯାଇଛି। ଏହି ଦୁଃଖଦ ଘଟଣା ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କୁ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମି ରେ ଏକ ବାଲୁକା ଚିତ୍ରକଳା ନିର୍ମାଣ କରି ମୃତକ ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସେହି ପରି ଏହି ଘଟଣା ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସୁଦର୍ଶନ। ଏହି ଦୁଃଖଦ ସମୟ ରେ ସାରା ଭାରତ ବାସି ଏକଜୁଟ ହୋଇ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା ଚିତ୍ରକଳା ମାଧ୍ୟମ ରେ ସମସ୍ତ ଙ୍କୁ ବାର୍ତା ଦେଇଛନ୍ତି। ପୁରୀ ବେଳାଭୂମି ର ନିଳାଦ୍ରୀ ବିଚ୍ ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୱାୟନାଡ ବିଭୀଷିକା କୁ ନେଇ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି। ଏହି ବାଲୁକା ଚିତ୍ର କଳା ଦେଖିବାକୁ ଶହ ଶହ ପର୍ଯ୍ୟଟକ ଙ୍କ ଭିଡ଼ ହୋଇଥିଲା। ସମସ୍ତେ ୱାୟନାଡ ଘଟଣା ରେ ମୃତ ବ୍ୟକ୍ତି ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ଆହତ ଙ୍କ ଆଶୁ ଆରୋଗ୍ୟ ନେଇ ଈଶ୍ୱର ଙ୍କ ନିକଟ ରେ ପ୍ରାର୍ଥନା କରିଛନ୍ତି।

 

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *