କୋରାପୁଟରେ ଜିଲ୍ଲାସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

କୋରାପୁଟରେ ଜିଲ୍ଲାସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ତଥା ଅଧ୍ୟକ୍ଷ ସାଧାରଣତନ୍ତ୍ର ଦିବସ ପାଳନ କମିଟି, କୋରାପୁଟ ଶ୍ରୀ ୱିକୀର୍ଭି ୱାସନ, ଭା.ପ୍ର.ସେ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଳାସ୍ତରୀୟ ଏହି ଉତ୍ସବଟି କୋରାପୁଟ ଜିଲ୍ଲାର ପୋଲିସ ପ୍ୟାରେଡ଼ ପଡ଼ିଆ ଠାରେ ଆନୁଷ୍ଠାନିକ ଭାବେ ମହାସମାରୋହରେ ପାଳିତ ହୋଇଯାଇଛି । ଓଡ଼ିଶାର ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପୋଲିସ, ଏନ.ସି.ସି, ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଦର୍ଶିତ ପ୍ୟାରେଡ ଏବଂ ପ୍ରଜ୍ଞାପନ ମେଢ଼ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।
ସାଧାରଣତନ୍ତ୍ର ଦିବସ ପାଳନ ଏହି ଅବସରରେ ରବିବାର ଦିନ ପ୍ରାତଃ ଘ.୦୫.୩୦ ମି ସମୟରେ ରାମଧୂନ୍ ଓ ପ୍ରଭାତ ଫେରୀ,ସକାଳ ଘ.୦୭.୦୦ ମି ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ,ସକାଳ ଘ.୦୮.୦୦ ମି ସମୟରେ ପ୍ୟାରେଡ୍ ପଡ଼ିଆ ଠାରେ ସମାବେଶ,ସକାଳ ଘ.୦୮.୩୦ ମି ସମୟରେ ପୋଲିସ ପ୍ୟାରେଡ୍ ପଡ଼ିଆ ଠାରେ ମୁଖ୍ୟ ଅତିଥିଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ ସହ ମୁଖ୍ୟ ଅତିଥିଙ୍କ ଦ୍ବାରା ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ, ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ, ଶାରୀରିକ କ୍ରୀଡ଼ା ଓ ପୁରସ୍କାର ବଣ୍ଟନ ହୋଇଥିଲା। ଏହାପରେ ପୋଲିସ ପଡ଼ିଆ ଠାରେ ରକ୍ତଦାନ ଶିବିର,ମୁଖ୍ୟ ଅତିଥିଙ୍କ ଦ୍ବାରା ମଣ୍ଡଳ କାରାଗାରରେ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରିଥିଲେ । କୋରାପୁଟ କାରାଗାର ପରିଦର୍ଶନ କରି ସେଠାର ଅନ୍ତେବାସୀଙ୍କ ସହିତ ମିଶି ସେମାନଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିବା ବେଳେ ସେମାନଙ୍କ ହାତ ତିଆରି କଳା କୌଶଳ ଦେଖି ମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ କାରାଗାରର ଅନ୍ତେବାସୀଙ୍କୁ ମୁକ୍ତ ହେବା ପରେ ସେମାନେ କିପରି ନିଜ ଜୀବନରେ ସୁଧାର ଆଣି ପାରିବେ ଏବଂ ଭଲ କାମ କରି ପୁଣି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜି ପାରିବେ ସେ ଦିଗରେ ଆଗେଇବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।ତାପରେ ଦୃଷ୍ଟି ବାଧ୍ରୁତ ବିଦ୍ୟାଳୟ ଠାରେ ଛାତ୍ର/ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ତାପରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଠାରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିବା ସମୟରେ ପୂର୍ବ ଅପେକ୍ଷା ବର୍ତ୍ତମାନ ମେଡିକାଲ କଲେଜର ପରିସରରେ ସ୍ୱଚ୍ଛତା ଆସିଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ। ତାପରେ ସନ୍ଧ୍ୟା ୦୫ ଘଟିକା ସମୟରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣତନ୍ତ୍ର ଦିବସ ୨୦୨୫ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ, କୋରାପୁଟ ସୌଜନ୍ଯତା ଅତି ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି। ସାଧାରଣତନ୍ତ୍ର ଦିବସ ୨୦୨୫ ପାଳନ ଅବସରରେ ତା.୨୫.୦୧.୨୦୨୫ ରିଖ ସନ୍ଧ୍ୟା ୦୫ ଘଟିକା ସମୟରେ ସ୍ଥାନୀୟ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଠାରେ କୋରାପୁଟ ସାହିତ୍ୟ ପରିବାର ଆନୁକୂଲ୍ୟରେ କବିତା ଆସର କାର୍ଯ୍ୟକ୍ରମ ହୋଇଥିଲା ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ