March 15, 2025
Home » ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ସମ୍ପ୍ରସାରିତ ଗୃହ ଓ ନବ ନିର୍ମିତ କୋଲନାରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କୋଠା ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ସମ୍ପ୍ରସାରିତ ଗୃହ ଓ ନବ ନିର୍ମିତ କୋଲନାରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କୋଠା ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

0

ସାଧାରଣ ତନ୍ତ୍ର ଦିବସରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ, ଓଡିଶା ସରକାର ଡ଼ ମୁକେଶ ମହାଲିଙ୍ଗ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ ଓ ଚିକିତ୍ସିତ ରୋଗୀ ଙ୍କୁ ଫଳ ବଣ୍ଟନ କରିବା ସହିତ ସେମାନଙ୍କ ଚିକିତ୍ସା ବାବଦରେ ପଚାରି ବୁଝିଥିଲେ । ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂତନ ଭାବେ ନିର୍ମିତ ସମ୍ପ୍ରସାରିତ ଗୃହ ଉଦଘାଟନ କରିଥିଲେ । ଏହି ଉଦଘାଟନ ସମୟରେ ରାୟଗଡ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ କlଡ୍ରାକା ଆପ୍ପଲା ସ୍ୱାମୀ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତି ଏସ କୁମାର, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ ଲାଲ ମୋହନ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ , ନୂତନ ଭାବେ ନିର୍ମିତ ହୋଇଥିବା ଏହି ସମ୍ପ୍ରସାରିତ ଗୃହଟି ଭୂମି(ଗ୍ରାଉଣ୍ଡ ଫ୍ଲୋର) ସହିତ ୩ ମହଲା ବିଶିଷ୍ଟ । ୦୮କୋଟି ୪୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି କୋଠାର ତଳ ମହଲାରେ ଆଶୁ ଚିକିତ୍ସା ଓ ଟ୍ରମା କେୟାର, ପ୍ରଥମ ମହଲାରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ , ଦ୍ୱିତୀୟ ମହଲାରେ ୧୦ ଶଯ୍ୟା ବିଶିଷ୍ଟ ଜରା କେନ୍ଦ୍ର ଏବଂ ସମନ୍ବିତ ଭୌତିକ ଚିକିତ୍ସା କେନ୍ଦ୍ର ଏବଂ ତୃତୀୟ ମହଲା ରେ ସଖି କେନ୍ଦ୍ର ଆଦି ଆଗାମୀ ଦିନରେ କାର୍ଯ୍ୟକ୍ଷମ ହେବ । ଏହି ନବନିର୍ମିତ ସମ୍ପ୍ରସାରିତ ଗୃହ ରାୟଗଡା ଜିଲ୍ଲାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଗୁରୁତ୍ୱପୁର୍ଣ ଭୂମିକା ବହନ କରିବ ।
ସେହିପରି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ କୋଲନରା ବ୍ଲକ ଗସ୍ତ କରି ୦୨ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠାକୁ ଉଦଘାଟନ କରିଥିଲେ । କୋଳନରାର ଏହି ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କୋଠାରେ ବହିର୍ବିଭାଗ , ଅନ୍ତର୍ବିଭାଗ, ପ୍ରସୂତି କକ୍ଷ ଏବଂ ଅସ୍ତ୍ରୋପଚାର କକ୍ଷ ଉପଲବ୍ଧ ହେବ । ଏହାଦ୍ୱାରା କୋଳନାରା ବ୍ଲକର ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇ ପାରିବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ପାଟାୱରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜନ ସ୍ୱସ୍ଥ୍ୟ ଅଧିକାରୀ ଡ଼. ଲାଲମୋହନ ରାଉତରାୟ, ସମିତି ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା କୁଲେସିକା, ଆଦି ମଂଚାସୀନ ଥିଲେ ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *