February 23, 2025
Home » ଜାତୀୟ ସ୍ତରରେ ଭାରତୀୟ ତଟ ରକ୍ଷକ ପ୍ରତିଷ୍ଠା ଦିବସର ପାଳନ

ଜାତୀୟ ସ୍ତରରେ ଭାରତୀୟ ତଟ ରକ୍ଷକ ପ୍ରତିଷ୍ଠା ଦିବସର ପାଳନ

0

ପାରାଦୀପ, ୩୧ ଜାନୁଆରୀ ୨୦୨୫। ଭାରତୀୟ ତଟ ରକ୍ଷକ (ଆଇସିଜି) ୦୧ ଫେବୃଆରୀ ୨୦୨୫ ରେ ତାର ୪୯ତମ ପ୍ରତିଷ୍ଠା ଦିବସ ପାଳନ କରୁଛି, ଯାହା ପ୍ରାୟ ପାଞ୍ଚ ଦଶକର ଦେଶ ପ୍ରତି ସମର୍ପିତ ସେବାକୁ ଚିହ୍ନଟ କରିଥାଏ। ୧୯୭୭ରେ କେବଳ ସାତଟି ଜଳ ଜାହାଜ ସହ ଆରମ୍ଭ ହୋଇଥିବା ଭାରତୀୟ ତଟ ରକ୍ଷକ ବଳ ବର୍ତ୍ତମାନ ୧୫୧ଟି ଜଳ ଜାହାଜ ଏବଂ ୭୬ ଟି ବିମାନ ସମେତ ଭାରତର ଏକ ଅଗ୍ରଣୀ ଶକ୍ତିରୂପେ ପରିଣତ ହୋଇଛି। ୨୦୩୦ ସୁଦ୍ଧା, ଭାରତୀୟ ତଟ ରକ୍ଷକ ୨୦୦ଟି ଜଳ ଜାହାଜ ଏବଂ ୧୦୦ଟି ବିମାନ ର ଅଧି ଗ୍ରହଣ ଲକ୍ଷ୍ୟ ଅଂଶ ସାଧନ କରିବ, ଯାହା ବିଶ୍ୱର ଏକ ଶକ୍ତିଶାଳୀ ତଟ ରକ୍ଷକ ବଳ ଭାବରେ ତା’ର ସ୍ଥାନକୁ ମଜବୁତ କରିବ।

ଭାରତୀୟ ତଟ ରକ୍ଷକ ର ଆଦର୍ଶ ବାକ୍ୟ “ଵୟମ ରକ୍ଷାମଃ” (ଆମେ ସୁରକ୍ଷା କରୁଛୁ) ସହିତ, ଭାରତୀୟ ତଟ ରକ୍ଷକ ଦିନ ବା ରାତିରେ ଭାରତର ସମୁଦ୍ର ଅଞ୍ଚଳର ସୁରକ୍ଷା ଓ ନିରାପତ୍ତା କୁ ସୁନିଶ୍ଚିତ କରୁଛି। ସଂସ୍ଥାପନରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଭାରତୀୟ ତଟ ରକ୍ଷକ ୧୧୭୩୦ ଟି ଜୀବନକୁ ରକ୍ଷା କରିଛି, ଯାହା ମଧ୍ୟରୁ କେବଳ ଗତ ବର୍ଷ ୧୬୯ଟି ରୁ ଅଧିକ ଜୀବନ ରକ୍ଷା କରିଛି। ଭାରତୀୟ ତଟ ରକ୍ଷକ ବଳ ଗଢ଼ି ଆସିଥିବା ସେବା ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରେ, ଯାହା ସାଧାରଣତଃ ଏକ ଜୀବନକୁ ପ୍ରତ୍ୟେକ ଦିନ ରକ୍ଷା କରୁଛି। ଭାରତ ର ୪.୬ ମିଲିୟନ କ୍ଷେତ୍ରଫଳ ର ସମୁଦ୍ର ତଳଅଞ୍ଚଳରେ ସୁରକ୍ଷାକୁ ନିଶ୍ଚିତ କରିବାରେ ଭାରତୀୟ ତଟ ରକ୍ଷକ ର ଏହି ଅଭିନବ ଭୂମିକା ସଫଳ ହୋଇଛି। ପ୍ରତିଦିନ ଭାରତୀୟ ତଟ ରକ୍ଷକ ର ୫୫ରୁ ୬୦ଟି ଜଳ ଜାହାଜ ଏବଂ ୧୦ ରୁ ୧୨ ଟି ବିମାନ ବିମାନ ପଇତରା କରି ଆମ ସମୁଦ୍ର ତଟର ସୁରକ୍ଷା ନିର୍ବାହ କରୁଛି। ଏହି ନିରନ୍ତର ତଦାରଖ ଭାରତର ବିଶାଳ ସାମୁଦ୍ରିକ ଅଞ୍ଚଳରେ ସୁରକ୍ଷା ଧାରା କୁ ନିଶ୍ଚିତ କରିଥାଏ।

ଖୋଜ ଏବଂ ଉଦ୍ଧାର କାର୍ଯ୍ୟକ୍ରମ ସହ ଭାରତୀୟ ତଟ ରକ୍ଷକ ସମୁଦ୍ରରେ ଅବୈଧ କାର୍ଯ୍ୟକଳାପର ରୋକ୍‌ ଓ ପ୍ରତିରୋଧ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଭାରତୀୟ ତଟ ରକ୍ଷକ ଗତ ବର୍ଷ ଅଣ୍ଡମାନ ସାଗରରୁ ୬୦୧୬ କିଲୋଗ୍ରାମ ନର୍କୋଟିକ୍ସ ଡ୍ରଗ ଜବତ କରିଥିଲା ଯାହା ଆଜି ପର୍ଯ୍ୟନ୍ତ ସବୁଠାରୁ ବୃହତ୍ ଡ୍ରଗ ଜବତ ଭାବେ ଏକ ରେକର୍ଡ ପଞ୍ଜୀକୃତ ହୋଇଛି। ସମାଜ ଏବଂ ପରିବେଶ ସୁରକ୍ଷାରେ ମଧ୍ୟ ଭାରତୀୟ ତଟ ରକ୍ଷକ ସମ୍ପୁର୍ଣ୍ଣ ଦୃଢତା ପ୍ରତିପୋଷଣ କରୁଛି। ଭାରତୀୟ ତଟ ରକ୍ଷକ ର ୪୯ତମ ପ୍ରତିଷ୍ଠା ଦିବସର ଅବସରରେ ଭାରତର ମାନ୍ୟବର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଭାରତୀୟ ତଟ ରକ୍ଷକ ବଳ ଙ୍କୁ ସୁଭେଚ୍ଛା ଜଣାଇ ତାର ଅସାଧାରଣ ଅବଦାନର ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *