July 5, 2025
Home » ଆଇସକ୍ରିମ କାଠି ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଙ୍କ ଏକ ପଦ୍ମ ବେଶ

ଆଇସକ୍ରିମ କାଠି ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଙ୍କ ଏକ ପଦ୍ମ ବେଶ

0
puri juba-padma

ମହାପ୍ରଭୁ ଙ୍କ ଦୁର୍ଲ୍ଲଭ ପଦ୍ମ ବେଶ। ଭକ୍ତ ଙ୍କୁ ଆଜି ମହାପ୍ରଭୁ ପଦ୍ମ ବେଶ ରେ ଦର୍ଶନ ଦେବେ। ଏହି ପୁଣ୍ୟ ତିଥି ଅବସର ରେ ପୁରୀ ର ଜଣେ ଯୁବ ଚିତ୍ର ଶିଳ୍ପୀ ବିଶ୍ୱଜିତ୍ ନାୟକ ଆଇସକ୍ରିମ କାଠି ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଙ୍କ ଏକ ପଦ୍ମ ବେଶ ପ୍ରତିକୃତି ତିଆରି କରିଛନ୍ତି। ଯାହା ବେଶ୍ ଆକର୍ଷଣୀୟ ହେଇଛି। ଆଇସକ୍ରିମ କାଠି, ରଙ୍ଗ, କାଠ , ମାଳି ଓ ଅଠା ବ୍ୟବହାର ହୋଇଚି ।

ଚିତ୍ରକଳା ର ଉଚ୍ଚତା 3 ଫୁଟ ଏବଂ ପ୍ରସ୍ଥ 2 ଫୁଟ ରହିଚି। ମୋଟ 1,475 ଆଇସକ୍ରିମ କାଠି ବ୍ୟବହାର ହେଇଛି, ଏବଂ ଏହି ଜଟିଳ କାରିଗରୀକୁ ସମାପ୍ତ କରିବାକୁ 4 ଦିନ ଲାଗିଚି। ପୁର୍ବରୁ ବିଶ୍ୱଜିତ୍ ଆଇସକ୍ରିମ କାଠି ଅନେକ ସୁନ୍ଦର୍ ଚିତ୍ରକଳା ପ୍ରସ୍ତୁତ କରିଚନ୍ତି । ଏ ନେଇ ସେ ମଧ୍ୟ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *