ସିନିଅର ଜର୍ଣ୍ଣାଲିଷ୍ଟ ଆସୋସିଏସନ” ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ।

ଭୁବନେଶ୍ୱର:-ଭୁବନେଶ୍ୱର ର ବରିଷ୍ଠ ସାମ୍ବାଦିକ ମାନଙ୍କ ସଂଗଠନ “ସିନିଅର ଜର୍ଣ୍ଣାଲିଷ୍ଟ ଆସୋସିଏସନ ” ପକ୍ଷରୁ ଦେଶର ୭୬ତମ ସାଧାରତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି।ଏହି ଶୁଭ ଅବସରରେ ସ୍ଥାନୀୟ ଜୟଦେବ ଭବନ ନିକଟରେ ଆୟୋଜିତ ଏକ ବର୍ଣ୍ଣlଢ୍ୟ ଉତ୍ସବ ରେ ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ଦାସ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ସାମ୍ବାଦିକ ବନ୍ଧୁ ମାନଙ୍କ ଉଦେଶ୍ୟରେ ଏହି ଦିବସ ଟିର ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି, ମୁରଲୀଧର ମିଶ୍ର, ପ୍ରମୋଦ ସାମନ୍ତରାୟ, ରାଜକିଶୋର ମହାପାତ୍ର, ଓ ପାର୍ଥ ମହାପାତ୍ର, ସଞ୍ଜୟ ଚୌଧୁରୀ, ବିଶ୍ୱ ଭୂଷଣ ମିଶ୍ର, ନିରଞ୍ଜନ ପଟନାୟକ, ରାଜୀବ ଲୋଚନ ପ୍ରମୁଖ ଉପସ୍ଥିତ ଥିଲେ।