October 13, 2026
Home » ହାଇଟେକ୍ ଷ୍ଟାଡିୟମ୍‌ରେ କ୍ରିକେଟ୍ ମହାକୁମ୍ଭ

ହାଇଟେକ୍ ଷ୍ଟାଡିୟମ୍‌ରେ କ୍ରିକେଟ୍ ମହାକୁମ୍ଭ

0
WhatsApp Image 2026-10-12 at 5.00.22 PM

ଦୃଷ୍ଟିବାଧିତ ପୁରୁଷ ରାଜ୍ୟ କ୍ରିକେଟ ଚାମ୍ପିୟାନସିପ୍ ଉଦ୍‌ଘାଟିତ

ହାଇଟେକ୍ କ୍ରିକେଟ୍ ଷ୍ଟାଡିୟମରେ ୧୧ ତମ ଦୃଷ୍ଟିବାଧିତ ପୁରୁଷ ରାଜ୍ୟ କ୍ରିକେଟ୍ ଚମ୍ପିୟାନସିପ୍‌ ଉଦ୍‌ଘାଟିତ୍ ହୋଇଯାଇଛି । ୧୨ ଠାରୁ ୧୬ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗୀତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୧୮ଟିମ୍ ଯୋଗଦେଇଛନ୍ତି। ହାଇଟେକ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ଆନୁଷ୍ଠାନିକ ଭାବରେ କ୍ରିକେଟ୍‌ର ଏହି ମହାକୁମ୍ଭକୁ ଉଦ୍‌ଘାଟନ କରି, ଦୃଷ୍ଟି ବାଧିତ କିକେଟ୍ ମହାସଂଘକୁ ହାଇଟେକ୍ ଗ୍ରୁପ୍ ତାର ପୃଷ୍ଠପୋଷକତା ଜାରିରଖିବା ସହ ଆସନ୍ତା ଦିନରେ ଏହାକୁ ଦେଶର ଏକନମ୍ବର କ୍ରିକେଟ୍‌
ମହାସଂଘ ଭାବେ ଗଢିତୋଳିବାକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବ ବୋଲି କହିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟ ତାରକା ତଥା ରାଜ୍ୟ ଦୃଷ୍ଟିବାଧିତ କ୍ରିକେଟ୍ ସଂଘର ସଭାପତି ଜାଫର ଇକୱାଲ ଓ ମହାସଂଘର ଉପଦେଷ୍ଟା ମେଜର ଡକ୍ଟର କଳ୍ପନା ଦାଶ ଏହି ଚାମ୍ପିିୟାନସିପ୍‌କୁ ପରିଚାଳନା କରୁଛନ୍ତି।

 

ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ହାଇଟେକ୍ ମେଡିକାଲ୍‌ର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୀତାରମ ମହାପାତ୍ର, ଡାକ୍ତର ଚନ୍ଦନ ସାମନ୍ତରାୟ, ପ୍ରାଶାସନିକ ଅଧ୍ୟକ୍ଷା ମାଲକିନ୍ ବେହେରା, ଡାକ୍ତର ଅମ୍ରିତ ପାଟ୍ଟଯୋଶୀ, କ୍ରୀଡା ଓ ସଂସ୍କୃତି ନିର୍ଦ୍ଦେଶକ ଲଳିତେନ୍ଦୁ ମହାନ୍ତି, ସିଇଓ ଜ୍ୟୋର୍ତୀମୟ ପଣ୍ଡା, ପ୍ରାଶାସନିକ ଅଧିକାରୀ ଡକ୍ଟର ଗୋପେଶ୍ୱର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *