ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ସାଧାରଣ ମହେଶ୍ବର ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ନବୀନ ଚନ୍ଦ୍ର ନାଇକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ସଭାରେ, ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ଉପସ୍ଥିତିରେ ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଇକ ଙ୍କ ସହ କାର୍ଯ୍ୟ କରିଥିବା କାର୍ଯ୍ୟଶୈଳୀ ଅନୁଭୂତି କୁ ମନେ ପକାଇ ସାର ଙ୍କୁ ପ୍ରଶଂସା କରିଥିଲେ l ନବରଙ୍ଗପୁର ଜିଲ୍ଲାରେ ଶ୍ରୀ ନାଇକଙ୍କ ସ୍ୱଳ୍ପକାଳ ରହିବା ମଧ୍ୟରେ ତାଙ୍କର କାର୍ଯ୍ୟଶୈଳୀ, କାର୍ଯ୍ୟଦକ୍ଷତା, ଅମାୟିକ ବନ୍ଧୁତା, ଏବଂ ସମସ୍ତଙ୍କ ପ୍ରତି ଥିବା ତାଙ୍କର ନିଷ୍ଠାପର ସହଯୋଗକୁ ମନେ ପକାଇ ଶ୍ରଦ୍ଧାର ସହିତ କୃତଜ୍ଞତା ଜ୍ଞାପନ କରିଥିଲେ l ପ୍ରକାଶ ଥାଉକି ଶ୍ରୀ ନବୀନ ଚନ୍ଦ୍ର ନାଇକଙ୍କୁ ରାୟଗଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି l ଶ୍ରୀ ନାଇକଙ୍କ ବାକି ଚାକିରୀ ସମୟ ଶୁଭଙ୍କର ହେଉ ବୋଲି ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା ଜଣାଇଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି ଜିଲ୍ଲାପାଳ, ଗୀତାଞ୍ଜଳି ବେହେରା, ପି ମନସ୍ମିତା, ମୀରା ନାୟକ, ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର, ହେମନ୍ତ ସୌରା, ବିନାୟକ ଖାଡ଼ଙ୍ଗା, ଅଶ୍ୱିନ ମାଝୀ, ଶିବ ଶଙ୍କର ପାଢି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ, ବିଜୟ ସାହୁ, ସୁରେଶ ପଟ୍ଟନାୟକ, ଅଜୟ ନାୟକ, ସତ୍ୟନାରାୟଣ ସାହୁ, ଉଲମ୍ଫା ଭତ୍ରା, ସୁନୀଲ କୁମାର ଦାସ,ରାମ ଚନ୍ଦ୍ର ରଘୁ ମଣ୍ଡଳ, ସଞ୍ଜୀବ ପଣ୍ଡା,ଦିବାକର ପଟନାୟକ,ବିଶ୍ୱଜିତ ମହାନ୍ତି, ମୋବିନା ସୁଲତାନା, ସୁରଚି ବେହେରା, ସୀତାରାମ ବେହେରା, ହର୍ଷା ଜୈନ, ପ୍ରଣତି ମାଝୀ, ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ କବିତା ବ୍ରହ୍ମା, ସୌରଭ ଦାସ, ମନୋଜ ପଣ୍ଡା, ପ୍ରିୟଙ୍କା ପାତ୍ର, ରିନା ପାତ୍ର ପ୍ରମୁଖ ଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
