ସଦଗୁରୁଙ୍କ ଶିଷ୍ୟ ମାନଙ୍କ ଦ୍ୱାରା ରାସ୍ତା ସଫେଇ

।
ରାମନାଗୁଡା :-ରାୟଗଡା ଜିଲ୍ଲା ପଦ୍ମପୁର ଅଳରେ ଦିବ୍ୟଦର୍ଶନ ସଂଘ ପ୍ରତିଷ୍ଠାତା ପରମ ପୂଜ୍ୟ ସଦଗୁରୁଦେବଙ୍କ ଜନ୍ମସ୍ଥାନ ଗୁରୁତୀର୍ଥ ଗୁଡିଆବନ୍ଧରେ ଗଠିତ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଦିବ୍ୟ ପ୍ରକାଶ ଚାରିଟେବୁଲ ସୋସାଇଟିଙ୍କ ଆହ୍ୱାନ କ୍ରମେ ଦିବ୍ୟଦର୍ଶନ ସଂଘର ଭାଇ ଓ ସ୍ଥାନୀୟ ସୁହୃଦୟ ଭାଇ ମାନଙ୍କ ସହଯୋଗରେ ପଦ୍ମପୁର ଠାରୁ ଜାତିଲି , ଏବଂ ପଦ୍ମପୁର ଠାରୁ ଗୁରୁତୀର୍ଥ ଗୁଡିଆବନ୍ଧର ହାଇସ୍କୁଲ ଯାଏଁ ରାସ୍ତା ଉପରେ ପଡ଼ି ସୁଖି ଯାଇଥିବା ମାଟି ଟେଳା ଗୁଡ଼ିକ ବାହାର କରି ସଫା କରାଯାଉଛି । ଏହି ରାସ୍ତା ସଫେଇ କାମ ସ୍ୱେଚ୍ଛାକୃତ ଭାବେ ଛଅଦିନ ଧରି ଚାଲିଛି ଆଗକୁ ମଧ୍ୟ ଯଥା ସମ୍ଭବ ଚାଲୁ ରହିବ । ଅନ୍ୟାନ୍ୟ ଗୁରୁ ଭାଇ ଓ ଅଞ୍ଚଳର ସୁହୃଦୟ ଭାଇ ମାନେ ଏହି କାମରେ ସାମିଲ ହେବାକୁ ଅନୁରୋଧ । ଆସନ୍ତା କାଲି ମୁଚିକି ପଦର ଛକ ଠାରୁ ଗୁମୁଡା ରାସ୍ତାରେ ସଫେଇ କରିବାକୁ ସ୍ଥିର କରାଯାଇଛି । ବହୁ ସଂଖ୍ୟାରେ ଭାଇମାନେ ଯୋଗଦାନ କରି ରାସ୍ତା ସଫେଇରେ ସହଯୋଗ କରିବାକୁ ଅନୁରୋଧ ।
ରାମନାଗୁଡାରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି