ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ୧୫ତମ ପୁସ୍ତକ ମେଳା ଉଦଘାଟିତ

ଫୁଲବାଣୀ କରୋନେସନ ପଡିଆରେ ୧୦ଦିନ ଧରି ହେବାକୁ ଥିବା ୧୫ତମ ପୁସ୍ତକ ମେଳା ଫେବୃୟାରୀ ୧୨ତାରିଖ ସଂନ୍ଧ୍ୟାରେ ଉଦଘାଟିତ ହୋଇଛି।ଅତିରିକ୍ତ ଜିଲାପାଳ ରମେଶ କୁମାର ଜେନା ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସନ୍ତୋଷ କୁମାର ପାଢୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୁସ୍ତକର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ମୁଖ୍ୟ ବକ୍ତାଭାବେ ଅଧ୍ୟାପକ ଡ ଚନ୍ଦ୍ର ଶେଖର ଦାସ ଯୋଗ ଦେଇ ଆଜିର ଡିଜିଟାଲ ଯୁଗରେ ମଧ୍ୟ ପୁସ୍ତକର ବହୁ ଅଧିକ ଆବଶ୍ୟକତା ଓ ଚାହିଦା ରହିଛି ବୋଲି କହିଥିଲେ।ପ୍ରେସ କ୍ଳବ ସଭାପତି ସୁନିଲ ପଟନାୟକ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବନଜ୍ୟୋସ୍ନା ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ମେଳା ପାଇଁ ପ୍ରଶଂସା କରିଥିଲେ।ବନଜ୍ୟୋସ୍ନା ସାହିତ୍ୟ ସଂସଦର ସମ୍ପାଦକ ଡ କାହ୍ନୁ ଚରଣ ଶତପଥି କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିବା ବେଳେ ମୁଖ୍ୟ ଉପଦେଷ୍ଟା ତୀର୍ଥ ଯାନୀ ସଭାପତିତ୍ୱ କରିଥିଲେ।ସଭାପତି ପ୍ରଶାନ୍ତ ବେହେରା ଅତିଥି ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ।ଏହି ପୁସ୍ତକ ମେଳାରେ ପ୍ରାୟ ୨୦୦ଷ୍ଟଲ ହୋଇଥିଲା ବେଳେ ପ୍ରାୟ ୧୮ଟି ପୁସ୍ତକ ଷ୍ଟଲ ଯୋଗ ଦେଇଥିବା ଦେଖାଯାଇଛି।ବିଭିନ୍ନ ପ୍ରକାର ଘରୋଇ ଉପକରଣ ସାଙ୍ଗକୁ ଖାଦ୍ୟଷ୍ଟଲ,ପିଲାଙ୍କ ପାଇଁ ଦୋଳି ଇତ୍ୟାଦି ଷ୍ଟଲରେ ବ୍ୟବସ୍ଥା କରାଯାଇଛି।