July 5, 2025
Home » ଆସନ୍ତା ମାର୍ଚ୍ଚ ୭ ତାରିଖରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

ଆସନ୍ତା ମାର୍ଚ୍ଚ ୭ ତାରିଖରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

0
WhatsApp Image 2025-02-19 at 4.51.18 PM

କଟକ: ଆସନ୍ତା ମାର୍ଚ୍ଚ ୭ ତାରିଖରେ କଟକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ନିଯୁକ୍ତି ମେଳାରେ ଜିଲ୍ଲାର ୧୪ଟି ଯାକ ବ୍ଲକର ୧୮ରୁ ୩୫ ବର୍ଷର ଯୁବକ ଯୁବତୀ ଅଂଶଗ୍ରହଣ କରିପାରିବେ । ପଂଚମ ଶ୍ରେଣୀ ଉତୀର୍ଣ୍ଣ ହୋଇଥିବାଠାରୁ ଆରମ୍ଭ କରି ଯୁକ୍ତ ଦୁଇ ପାଶ୍ କରିଥିବା, ଆଇଟିଆଇ, ଡିପ୍ଲୋମା ଏବଂ ସ୍ନାତକ ପାଶ୍ କରିଥିବା ଯେକୌଣସି ଯୁବକ ଯୁବତୀ ଏହି ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିପାରିବେ । ଏହି ନିଯୁକ୍ତି ମେଳାରେ କୃଷି, ଫାର୍ମାସିଷ୍ଟ, ସିକ୍ୟୁରିଟି ଏଜେନ୍ସି, ସ୍ୱାସ୍ଥ୍ୟ ସେବା, ଅଟୋମୋବାଇଲ୍ ଭଳି ପ୍ରାୟ ୫୦ଟି କ୍ଷେତ୍ର ଅଂଶଗ୍ରହଣ କରିବେ । ବିିଭନ୍ନ କାଉଂଟରରେ ଯୁବକଯୁବତୀମାନେ ପଞ୍ଜିକରଣ କରିପାରିବେ ଏବଂ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ସଂସ୍ଥାରେ ନିଯୁକ୍ତି ବା ତାଲିମ ପାଇପାରିବେ । ବିଭିନ୍ନ ବ୍ଲକରୁ ଆସୁଥିବା ଯୁବକଯୁବତୀମାନଙ୍କୁ ଇଣ୍ଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ନେବା ଆଣିବା କରିବା ପାଇଁ କଟକ ନେତାଜୀ ବସ୍ ଟର୍ମିନାଲ ଏବଂ କଟକ ରେଳ ଷ୍ଟେସନଠାରେ ଗାଡିର ବ୍ୟବସ୍ଥା କରାଯିବ । ଆଜି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟସ୍ଥିତ ପୁରୁଣା ସଦଭାବନା ଗୃହଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିବ୍ୟଲୋଚନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ପ୍ରସ୍ତୁତି ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି । ବୈଠକରେ ଅତିରିକ୍ତ କମିଶନର, କଟକ ମହାନଗର ନିଗମ ଶ୍ରୀ କଳ୍ପତରୁ ପରିଡା, ସହକାରୀ ପରିବହନ ଅଧିକାରୀ ଶ୍ରୀ ଟନା ମୁର୍ମୁ, ସହକାରୀ ପ୍ରବନ୍ଧକ ଶିଳ୍ପ ତାଲିମ କେନ୍ଦ୍ର କଟକ ଶ୍ରୀ ଶରତ କୁମାର ମହାଳିକ, ଏସ. ଡ଼ି . ଓ ରାସ୍ତା ଓ ଗୃହ ବିଭାଗ ଶ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ, ଆସିଷ୍ଟାଣ୍ଟ ମ୍ୟାନେଜେର ୱାଟକୋ ଶ୍ରୀ ଅରବିନ୍ଦ ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଅଗ୍ନିଶମ ଅଧିକାରୀ, ଅଧ୍ୟକ୍ଷ ବୋଷ, ଅଧ୍ୟକ୍ଷ ବୟନ ଶିଳ୍ପ ପ୍ରତିଷ୍ଠାନ, ଚୌଦ୍ୱାର, ଅଧ୍ୟକ୍ଷ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, ଅଧ୍ୟକ୍ଷ ମଧୁସୂଦନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, ଚୌଦ୍ୱାର ଓ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *