July 5, 2025
Home » ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ରାମନାଗୁଡା ବ୍ଲକ ଗସ୍ତ

ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ରାମନାଗୁଡା ବ୍ଲକ ଗସ୍ତ

0
WhatsApp Image 2025-02-21 at 5.27.35 PM (1)

ରାମନାଗୁଡା:ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ପ୍ରଥମେ ରାମନାଗୁଡା ବ୍ଲକ ଅଧିନ ଗୁଲୁଣ୍ଠି ପଞ୍ଚାୟତ କୁ ଗସ୍ତ କରି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ହେଉଥିବା କେନାଲ କାର୍ଯ୍ୟ ତଦାରଖ କରିବା ସହ ଉକ୍ତ ପଂଚାୟତ ର ପାନୀୟ ଜଳ ବ୍ୟବସ୍ଥା, ଆଶ୍ରୟ ସ୍ଥଳୀ ,ଫାଷ୍ଟ ଏଇଡ଼ କିଟ୍ ,ଦେଖିଥିବା ସହ ଗୋଗୁପାଡୁ ପଂଚାୟତ ର ଗୋଟା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଦ୍ୱାରା ଡ୍ରାଗନ ଫୁଡ଼ ଚାଷ ଦେଖିଥିଲେ।ସେହିପରି କୁଜେନ୍ଦ୍ରୀ ପଞ୍ଚାୟତ ର ନୂତନ ଭାବେ ନିର୍ମାଣ ହୋଇଥିବା ପାଠାଗାର କୁ ବୁଲି ଦେଖିଥିଲେ। ଏହା ସହିତ ପେଣ୍ କାମ ପଞ୍ଚାୟତ ର ତାମିଙ୍ଗି ଗ୍ରାମ ନିକଟରେ ଥିବା ଗଦଗଦା ଜଳ ପ୍ରପାତ କୁ ଗସ୍ତ କରି ଏହାର ଚତୁଃପାର୍ଶ୍ଵ ବୁଲି ଦେଖିଥିବା ବେଳେ ପାରୀକ୍ଷିତି ପଞ୍ଚାୟତର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ଚାଲୁ ରହିଥିବା ଇ ପାଠାଗାର ଦେଖି ଖୁସିବ୍ୟକ୍ତ ହେବା ସହ ବର୍ତ୍ତମାନ ଯୁବପିଢ଼ିଙ୍କୁ ଉତ୍ସାହିତ କରି ସମାଜର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହେବା ପାଇଁ ଇ ପାଠାଗାର ଗୋଟିଏ ମାଧ୍ୟମ ତେଣୁ ସେଥିପ୍ରତି ଦୃଷ୍ଟି ଦେଇ ଆଗକୁ ବଢ଼ିବା ନିମନ୍ତେ ଯୁବପିଢ଼ି ଙ୍କୁ ପରାମର୍ଶ ଦେଇଥିଲେ।ଶେଷରେ ପାରୀକ୍ଷିତି ପଞ୍ଚାୟତ ର ଖାମ୍ବାଗୁଡ଼ା କୁ ଯାଇ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାଙ୍କ ଦ୍ୱାରା ହେଉଥିବା ଗୋଲାପ ଚାଷ ବୁଲି ଦେଖିଥିଲେ।

ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଖେମୁଣ୍ଡୁ ଙ୍କ ଏହି ଗସ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏ ସାନମୁଖା ପାତ୍ର,କନିଷ୍ଠ ଯନ୍ତ୍ରୀ ଏସ ସୋମେଶ୍ୱର ରାଓ, ଗୁଲୁଣ୍ଠି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନ ସାହୁ,ପାରୀକ୍ଷିତି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନରହରି ଦାଶଙ୍କ ସମେତ ଅନ୍ୟାନ୍ୟ ପଞ୍ଚାୟତ ର ସରପଞ୍ଚ ସମିତି, ସଭ୍ୟ ସଭ୍ୟା, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ରାମନାଗୁଡାରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।

Leave a Reply

Your email address will not be published. Required fields are marked *