ରାମଚଣ୍ଡୀ ମହୋତ୍ସବ ରେ ବୁଦ୍ଧିଜୀବୀ ଙ୍କ ମନ କିଣିଲା ବାଦିପାଲା ମଞ୍ଚ
ମା’ରାମଚଣ୍ଡୀ ଶକ୍ତିପୀଠ, ନୀଳାଦ୍ରିପୁର, ଛତ୍ରପୁର ର ୨ୟ ବାର୍ଷିକ ଉତ୍ସବ ମା’ରାମଚଣ୍ଡୀ ମହୋତ୍ସବ -୨୦୨୫ ଅଵସରରେ ପର୍ବତ ଉପରେ ମା’ଙ୍କ ସମ୍ମୁଖରେ ଗଂଜାମ ଜିଲ୍ଲା ଭଞ୍ଜ ପାଲା କଳାକାର ସଙ୍ଘ ପକ୍ଷରୁ ୧୨ଦଶ ଅଭିଭକ୍ତ ଗଂଜାମ ଜିଲ୍ଲା ପାଲା ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି. । ଏହି କାର୍ଯ୍ୟକ୍ରମ ୧୭ ଓ ୧୮ ଫେବୃଆରୀ ୨୦୨୫ ୨ ଦିନ ଧରି ଚାଲିଥିବା ବେଳେ, ୧୭/୨/୨୦୨୫ ତାରିଖ ଦିନ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଥିଲା । ଉକ୍ତ ଉଦ୍ଘାଟନ ଉତ୍ସବ ମଞ୍ଚରେ ରେ ରାଜ୍ୟ ପାଲା ବୋର୍ଡ଼ ର ସଂପାଦକ ଗାୟକ ସାରସ ଶ୍ରୀ ସୁଦର୍ଶନ ମହାପାତ୍ର, ଶ୍ରୀ ନିଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ, ଓଡିଶା ର ସଭାପତି ଗାୟକ ସିନ୍ଧାନ୍ତଦର୍ଶୀ ମଦନ ମୋହନ ଜେନା, ଭଞ୍ଜ ପାଲା କଳାକାର ସଂଘର ସଭାପତି ଦିବାକର ପଣ୍ଡା, ସଂପାଦକ ସୁଦର୍ଶନ ଵେହେରା, ମା’ରାମଚଣ୍ଡୀ ଶକ୍ତିପୀଠ ର ସଂଯୋଜକ କମଳ ପଣ୍ଡା, ଟ୍ରଷ୍ଟି ଲକ୍ଷ୍ମୀ ନୃସିଂହ ପଣ୍ଡା, ସମାଜସେବୀ ପ୍ରଶାନ୍ତ କର, ବରିଷ୍ଠ ସନ୍ଥ ସ୍ବାମୀ ଅଖିଳାନନ୍ଦ ସରସ୍ବତୀ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ସଭାକାର୍ଯ୍ୟ ସଂପାଦନ କରିଥିବା ବେଳେ, ଆଷ୍ଟ୍ରୋହଵ ଜ୍ୟୋତିଷ ଗବେଷଣା କେନ୍ଦ୍ର, ଛତ୍ରପୁର ର ଜ୍ୟୋତିଷୀ ଦୀପକ କୁମାର ଦାଶ ମଞ୍ଚ ପରିଚାଳନା କରିଥିଲେ। ୧୭/୨/୨୦୨୫ ସନ୍ଧ୍ୟାରେ ୨ ପାଲା ଦଳ ଯଥା: ଗାୟକ ସୁଦର୍ଶନ ଵେହେରାଙ୍କ ନେତୃତ୍ୱରେ ମା’ ମଙ୍ଗଳା ପାଲା ପରିଷଦ, ଛତ୍ରପୁର,ଗଂଜାମ ଏବଂ ଗାୟକ ସତ୍ୟ ନାରାୟଣ ଗୌଡ଼ଙ୍କ ନେତୃତ୍ୱରେ ଶ୍ରୀ ଶ୍ରୀ ସତ୍ୟ ନାରାୟଣ ପାଲା କଳା ପରିଷଦ, ପ୍ରୟାଗୀ ପାଲା ପରିଵେଷଣ କରିଥିବା ବେଳେ ୧୮/୨/୨୫ ସନ୍ଧ୍ୟାରେ ଗାୟକ ବାଳକୃଷ୍ଣ ନାୟକ ଙ୍କ ନେତୃତ୍ୱରେ ଶ୍ରୀ ଶ୍ରୀ ସତ୍ୟ ନାରାୟଣ ପାଲା ପରିଷଦ, ନରେନ୍ଦ୍ରପୁର, ଗଂଜାମ ଏବଂ ଗାୟକ ରାଜେନ୍ଦ୍ର ଗୌଡ଼ଙ୍କ ନେତୃତ୍ବରେ ମା’କୁଠାରୀଶ୍ବରୀ ପାଲା ସଂଘ, ବୁରୀପଦର, ସୁରଙ୍ଗୀ ପାଲା ପରିଵେଷଣ କରିଥିଲେ । ଇତ୍ୟବସରର ଗଂଜାମ ଓ ଗଜପତି ଜିଲ୍ଲା ର ଶତାଧିକ ପାଲା କଳାକାର ସମ୍ମିଳନୀରେ ଯୋଗ ଦେଇଥିଲେ । ସମସ୍ତଙ୍କୁ ମା’ରାମଶକ୍ତିପୀଠ ପରିବାର ତରଫରୁ ସମ୍ମାନୀତ କରାଯାଇଥିଲା । ଆଗାମୀ ଦିନରେ ଲୋକକଳା କଳାକାର ମାନଙ୍କ ଏପରି ଅନେକ ସମ୍ମିଳନୀ ମା’ ରାମଚଣ୍ଡୀ ଶକ୍ତି ପୀଠରେ ଆୟୋଜିତ କରାଯିବ ଵୋଲି ସଂଯୋଜକ କମଳ ପଣ୍ଡା କଳାକାର ମାନଙ୍କୁ ଉତ୍ସାହିତ କରି ଧନ୍ୟବାଦ ଜ୍ଞାପନ ପୂର୍ଵକ ସମ୍ମିଳନୀ ସମାପନ କରିଥିଲେ ।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
