July 5, 2025
Home » ସମ୍ପୂର୍ଣ୍ଣ ହୋଇପାରିନାହିଁ ଅଙ୍ଗନୱାଡି କେନ୍ଦ୍ର

ସମ୍ପୂର୍ଣ୍ଣ ହୋଇପାରିନାହିଁ ଅଙ୍ଗନୱାଡି କେନ୍ଦ୍ର

0
WhatsApp Image 2025-02-25 at 1.44.04 PM

ସୁବର୍ଣ୍ଣପୁର–ସୋନପୁର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୨ ରେ ଦୀର୍ଘ ବର୍ଷ ହେବ ଏକ ଷ୍ଟଲ୍ ରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର। ନୂତନ ଅଗନୱାଡ଼ି କେନ୍ଦ୍ର କାମ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ୨୦୨୧-୨୨ ରୁ ପ୍ରାୟ ୭ ଲକ୍ଷ ଟଙ୍କା ବଜେଟ ରେ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ ରେ ଏହି ଅଗନୱାଡି କେନ୍ଦ୍ର କାମ ଆରମ୍ଭ ହୋଇ ଥିଲେ ମଧ୍ୟ ଏଯାବତ୍ ପ୍ଲାଷ୍ଟର କାମ,ରଙ୍ଗ କାମ ନ ହୋଇ ପାରି ଥିବାରୁ କାମ ରେ ଆସୁନାହିଁ l ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ କୋମଳ ମତି ବାଳକ ବାଳିକା କିପରି ଭାବରେ ଏହି ଛୋଟିଆ ଷ୍ଟଲ୍ ରେ ବିନା ପଙ୍ଖା ରେ ପାଠ ପଢିବେ ସ୍ଥାନୀୟ ବାସିନ୍ଦା ଚିନ୍ତା ରେ ପଡ଼ି କାମ ଶୀଘ୍ର ସମ୍ପୂର୍ଣ୍ଣ ପାଇଁ ଗଣ ମାଧ୍ୟମ ଜରିଆରେ ପ୍ରତିକ୍ରିୟା ରଖି ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଗକୁ ଗ୍ରୀଷ୍ମ ଋତୁ ପ୍ରଭାବରେ ଅଂଶୁଘାତ ର ଆଶଙ୍କା କରି କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ମଧ୍ୟ ଗଣମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି। ଏହି ବିଷୟ ରେ ଅବଗତ ପାଇଁ ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସାଗରିକା ସ୍ୱାଇଁ ଙ୍କୁ ଭେଟିବାକୁ ଚେଷ୍ଟା କରିଥିବା ବେଳେ ଅଫିସ କାର୍ଯ୍ୟାଳୟ ରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା କୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକ ତଥା ଜନ ସାଧାରଣ ତୀବ୍ର ନିନ୍ଦା କରିବା ସହ ଏହାର ସମାଧାନ ନ ହେଲେ ଆଗକୁ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *