October 17, 2026
Home » ଦୁର୍ଗାପୂଜା ୨୦୨୬ ପୂର୍ବରୁ ପୌରାଞ୍ଚଳର ପ୍ରସ୍ତୁତି ସମୀକ୍ଷା କଲେ ମାନ୍ୟବର ମନ୍ତ୍ରୀ ଡ।. କୃଷ୍ଣଚନ୍ଦ୍ର ମହାପାତ୍ର

ଦୁର୍ଗାପୂଜା ୨୦୨୬ ପୂର୍ବରୁ ପୌରାଞ୍ଚଳର ପ୍ରସ୍ତୁତି ସମୀକ୍ଷା କଲେ ମାନ୍ୟବର ମନ୍ତ୍ରୀ ଡ।. କୃଷ୍ଣଚନ୍ଦ୍ର ମହାପାତ୍ର

0
WhatsApp Image 2026-10-15 at 11.06.23 PM

 

ଭୁବନେଶ୍ୱର, : ଆଗାମୀ ଦୁର୍ଗାପୂଜା ସମୟରେ ସହରଗୁଡ଼ିକୁ ସ୍ୱଚ୍ଛ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ରଖିବା ସହ ଜନସାଧାରଣ ଯେପରି ସୁସ୍ଥ ଓ ଆନନ୍ଦମୟ ପରିବେଶରେ ପର୍ବ ପାଳନ କରିପାରିବେ ଏଥି ନିମନ୍ତେ ଉଚ୍ଛସ୍ତରୀୟ ସମୀକ୍ଷା ବୈଠକ ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡ।. କୃଷ୍ଣଚନ୍ଦ୍ର ମହାପାତ୍ର ଆଭାସୀ ମାଧ୍ୟମରେ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ।

ମାନ୍ୟବର ମନ୍ତ୍ରୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ପୌରାଞ୍ଚଳ (ULBs)କୁ ପ୍ରସ୍ତୁତିର ନିୟମିତ ତଦାରଖ, ସମୟୋଚିତ ପଦକ୍ଷେପ ଏବଂ ଦାୟିତ୍ୱର ସୁଚାରୁ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ। ସହରର ପରିମଳ ଓ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ପର୍ବ ସମୟରେ ସହରଗୁଡ଼ିକୁ ସ୍ୱଚ୍ଛ ରଖିବା ଏବଂ ଆବଶ୍ୟକ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୁହାଯାଇଥିଲା। ଏହା ସହିତ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଦୃଢ଼ ରଖିବା ଏବଂ ନିମ୍ନଚାପଜନିତ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜଳବନ୍ଦୀ ରୋକିବା ପାଇଁ ଆଗୁଆ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ମାନ୍ୟବର ମନ୍ତ୍ରୀ ପୂଜା ମଣ୍ଡପ ଓ ସର୍ବସାଧାରଣ ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦେଇଥିଲେ। ପୂଜା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସତର୍କତା ଏବଂ ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହା ବ୍ୟତୀତ ସୁରକ୍ଷିତ ପାନୀୟ ଜଳ ଯୋଗାଣ, ରାସ୍ତାର ମରାମତି ଓ ଆଲୋକ ବ୍ୟବସ୍ଥାର ସୁଚାରୁ ପରିଚାଳନା ଆଦି ବିଷୟରେ ମଧ୍ୟ ସମୀକ୍ଷା କରାଯାଇଥିଲା। ସମସ୍ତ ନାଗରିକ ସେବା ଯେପରି ସୁଚାରୁ ଭାବେ ଉପଲବ୍ଧ ହୁଏ, ସେଥିପାଇଁ ସମ୍ପୃକ୍ତ ବିଭାଗ ଓ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ମାନ୍ୟବର ମନ୍ତ୍ରୀ କହିଥିଲେ, “ଜନସୁରକ୍ଷା ଓ ସ୍ୱଚ୍ଛତା ଆମର ସର୍ବୋଚ୍ଚ ପ୍ରାଥମିକତା ହେବା ଆବଶ୍ୟକ। ପ୍ରତ୍ୟେକ ନାଗରିକ ଯେପରି ସୁରକ୍ଷିତ, ସ୍ୱଚ୍ଛ ଓ ସୁସ୍ଥ ପରିବେଶରେ ଦୁର୍ଗାପୂଜା ପାଳନ କରିପାରିବେ, ତାହା ଆମର ଲକ୍ଷ୍ୟ। ପୂଜାକୁ ସମସ୍ତଙ୍କ ପାଇଁ ଆନନ୍ଦମୟ ଓ ଅସୁବିଧାମୁକ୍ତ କରିବା ପାଇଁ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ପ୍ରସ୍ତୁତ, ତତ୍ପର ଓ ସମନ୍ୱିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ।”

ଦୁର୍ଗାପୂଜା ସମୟରେ ଅତ୍ୟାବଶ୍ୟକ ନାଗରିକ ସେବାର ସୁପରିଚାଳନା ସହ ସମ୍ଭାବ୍ୟ ସମସ୍ୟାର ତ୍ୱରିତ ସମାଧାନ ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ଓ ସଂସ୍ଥା ମଧ୍ୟରେ ସମନ୍ୱୟ ଏବଂ ଆଗୁଆ ପ୍ରସ୍ତୁତି ଉପରେ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା।ବୈଠକରେ ପୌର ନିର୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆଙ୍କସହ ବିଭାଗୀୟ ବରିଷ୍ଠଅଧିକାରୀ ଏବଂ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *