July 5, 2025
Home » ୬ବର୍ଷ ଶିଶୁକନ୍ୟା ର ସନ୍ଦେହ ଜନକ ମୃତ୍ୟୁ, ପୋଲିସ ତଦନ୍ତ ଜାରି l

୬ବର୍ଷ ଶିଶୁକନ୍ୟା ର ସନ୍ଦେହ ଜନକ ମୃତ୍ୟୁ, ପୋଲିସ ତଦନ୍ତ ଜାରି l

0
WhatsApp Image 2025-02-25 at 1.21.25 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲେଇ ଗ୍ରାମରେ ଜଣେ ୬ ବର୍ଷର ଶିଶୁ କନ୍ୟାର ସନ୍ଦେହ ଜଣକ ମୃତ୍ୟୁ ଘଟିଛି l ମୃତ ଶିଶୁ ଜଣକ ଗଣେଶ ମହାପାତ୍ରଙ୍କ ଝିଅ ନିଶା ମହାପାତ୍ର ବୋଲି ଜଣାପଡିଛି l ତେବେ ଶିଶୁର ବେକରେ ଦାଗ ଥିବାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି l ସୂଚନା ଅନୁସାରେ ଶିଶୁ ସ୍ଥାନୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ l ସବୁଦିନ ଭଳି ଗତକାଲି ଅପରାହ୍ନ ସମୟରେ ଶିଶୁ ସ୍କୁଲରୁ ଘରକୁ ଆସିବା ପରେ ଘରେ ଶୋଇଥିଲେ l ଶିଶୁଙ୍କ ବାପା ଗଣେଶ ଘରକୁ ଅପରାହ୍ନ ପ୍ରାୟ ୪ଟା ରେ ଫେରିବା ପରେ ଶିଶୁକୁ ଉଠାଇଥିଲେ ମଧ୍ଯ ସେ ଉଠିନଥିଲା l ଗଣେଶ ଝିଅର ବେକରେ ଦାଗ ଥିବା ଦେଖି ତୁରନ୍ତ ଶିଶୁକୁ ଏକ ବାଇକ ଯୋଗେ ଉଲୁଣ୍ଡା ଡାକ୍ତର ଖାନାକୁ ଆଣିଥିଲେ l ମାତ୍ର ଏଠାରେ ପ୍ରାଥମିକ ଚିକିତ୍ସା ପରେ ଶିଶୁକୁ ଡାକ୍ତର ମୃତ ଘୋଷଣା କରିଥିଲେ l ଅନ୍ୟ ପଟେ ପୂର୍ବରୁ ସ୍ତ୍ରୀର ମାନସିକ ସ୍ଥିତି ଠିକ୍ ନଥିବା ସ୍ବାମୀ ଗଣେଶ ପ୍ରକାଶ କରିଥିବା ବେଳେ ଶିଶୁଙ୍କ ବେକରେ ଦାଗକୁ ନେଇ ସନ୍ଦେହ ଦେଖାଯାଇଛି l ବୀରମହାରାଜପୁର ପୋଲିସ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *