October 23, 2025
Home » ନାରାୟଣପୁର କୁ ବ୍ଳକ ଘୋଷଣା କରିବା ପାଇଁ ରାଜସ୍ବ ମନ୍ତ୍ରୀ ଓ ସାଂସଦଙ୍କୁ ଅଞ୍ଚଳବାସୀ ଙ୍କ ଦାବିପତ୍ର ପ୍ରଦାନ l

ନାରାୟଣପୁର କୁ ବ୍ଳକ ଘୋଷଣା କରିବା ପାଇଁ ରାଜସ୍ବ ମନ୍ତ୍ରୀ ଓ ସାଂସଦଙ୍କୁ ଅଞ୍ଚଳବାସୀ ଙ୍କ ଦାବିପତ୍ର ପ୍ରଦାନ l

0
WhatsApp Image 2025-03-01 at 4.26.50 PM (1)

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ସର୍ବବୃହତ୍ ନାରାୟଣପୁର ଗ୍ରାମ ତଥା ଏହାର ଆଖପାଖ ପଞ୍ଚାୟତଗୁଡିକୁ ନେଇ ନାରାୟଣପୁର ବ୍ଳକ ଘୋଷଣା କରିବାକୁ ଦାବି ହେଉଛି। ଏନେଇ ଅଞ୍ଚଳବାସୀଙ୍କ ଏକ ପ୍ରତନିଧି ଦଳ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ଉଭୟଙ୍କ ସୋନପୁର ଗସ୍ତରେ ଥିବା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଞ୍ଚଳବାସୀଙ୍କ ଦାବି ଯେ, ନାରାୟଣପୁର କୁ ଏକ ବ୍ଳକ ଘୋଷଣା କଲେ ଆଖପାଖ ଅଞ୍ଚଳର ବହୁ ପଞ୍ଚାୟତ ଯଥା ନାରାୟଣପୁର,ବଲାଡି,ପାଇକଵାହାଲ,ଖାରୀ,ପୁଆ,ଜରାଜାରିଙ୍ଗ, ରାଣୀସର୍ଡା,ମେଣ୍ଡା,ଦେଉଳପଦର, ରେଙ୍ଗାଲି,ଲଛିପୁର,ଛକୋରମାଲ, ଖରଜୁରା, ମଲ୍ଲିକମୁଣ୍ଡା ପଞ୍ଚାୟତର ଜନସାଧାରଣ ଉପକୃତ ହୋଇପାରିବେ। ତା’ ସହ ନାରାୟଣପୁରରେ ସ୍କୁଲ, କଲେଜ ଡାକ୍ତରଖାନା ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ରହିଛି। ଏଠାରେ ବ୍ଲକ ସ୍ଥାପନ ହେଲେ ଅଞ୍ଚଳର ସାମଗ୍ରିକ ବିକାଶ ହୋଇପାରିବ ବୋଲି ଅଞ୍ଚଳ ବାସୀ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି l ବହୁ ଦିନରୁ ଏହି ଦାବି ହୋଇ ଆସୁଥିଲେ ହେଁ ସରକାରଙ୍କ ପକ୍ଷରୁ ବ୍ଳକ ଘୋଷଣା ହୋଇପାରି ନାହିଁ। ତେଣୁ ନାରାୟଣପୁର ଠାରେ ବ୍ଲକ ସ୍ଥାପନ କରାଯିବାକୁ ଦାବି କରାଯାଇଛି। ଏହି ପ୍ରତିନିଧି ଦଳରେ ରାମେଶ୍ବର ପଧାନ, ସୌମିତ୍ରୀ କମ୍ପ, ପ୍ରେମାନନ୍ଦ ମିଶ୍ର, ସନ୍ତୋଷ କୁମାର ପଧାନ, ରାମକୃଷ୍ଣ ବଢିଆ,ଲବ ଵାଗ, ଘନଶ୍ୟାମ ଚାଉଳିଆ, ଜିତେନ୍ଦ୍ର ତ୍ରିପାଠୀ, ଅଭିରାମ ଘିବେଲା, ରାଜକୁମାର କର୍ମୀ ପ୍ରମୁଖ ସାମିଲ ହୋଇଥିଲେ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *