ପାରାଦୀପ ରେ ୨୪ତମ ଆମନ୍ତ୍ରଣ କପ ଗଲ୍ଫ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ : ଅଜୟ କୁମାର, ଅକ୍ଷୟ ସୁତାର, ଓସ୍କାର ଡୁଙ୍ଗଡୁଙ୍ଗ ଓ ଦେବୀପ୍ରସାଦ ଚମ୍ପିୟନ

ପାରାଦୀପ – ପାରାଦୀପ ଗଲ୍ଫ କ୍ଲବ ର ୨୪ ତମ ବାର୍ଷିକ ଆମନ୍ତ୍ରଣ କପ ଗଲ୍ଫ ଟୁର୍ଣ୍ଣାମେଣ୍ଟ ଗତ ମାର୍ଚ୍ଚ ୧ ଓ ୨ ତାରିଖ ଦୁଇଦିନ ଧରି ପାରାଦୀପ ପୋର୍ଟ ଗଲ୍ଫ ପଡିଆରେ ଆୟୋଜିତ ହୋଇଯାଇଛି l ପାରାଦୀପ ଗଲ୍ଫ କ୍ଲବ ଏବଂ ପାରାଦୀପ ପୋର୍ଟ ସ୍ପୋର୍ଟ୍ସ କାଉନସିଲ ମିଳିତ ସହଯୋଗରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ l ଏହି ଟୁର୍ଣ୍ଣାମେଣ୍ଟ ରେ ଭୁବନେଶ୍ୱର ଗଲ୍ଫ କ୍ଲବ ର ଅଜୟ କୁମାର ସାହୁ ସାମଗ୍ରିକ ଭାବେ ଚାମ୍ପିୟନ ହୋଇଥିବା ବେଳେ ପାରାଦୀପ ଗଲ୍ଫ କ୍ଲବ ର ଅକ୍ଷୟ ଚନ୍ଦ୍ର ସୁତାର ହାଣ୍ଡିକାପ 0-୧୨ ବର୍ଗରେ ଚାମ୍ପିୟନ ହୋଇଥିଲେ l ସେହିପରି ୧୩-୧୮ ହାଣ୍ଡିକାପ ରେ ପାରାଦୀପ କ୍ଲବ ର ଓସ୍କାର ଡୁଙ୍ଗଡୁଙ୍ଗ, ୧୯-୨୪ ହାଣ୍ଡିକାପ ରେ ଭୁବନେଶ୍ୱର କ୍ଲବ ର ଦେବୀପ୍ରସାଦ ଶତପଥି ଓ ମହିଳା ପୁଟିଙ୍ଗ ବିଭାଗରେ ପାରାଦୀପ ର ଆଞ୍ଜେଲା ଡୁଙ୍ଗଡୁଙ୍ଗ ଚାମ୍ପିୟନ ହୋଇଥିଲେ l ଏହି ଟୁର୍ଣ୍ଣାମେଣ୍ଟ କୁ ପାରାଦୀପ ଗଲ୍ଫ କ୍ଲବ ର କାର୍ଯ୍ୟକାରୀ ସଭାପତି ବବୁଲ ସିକଦାର, ସମ୍ପାଦକ ମନୋଜ କୁମାର ମହନ୍ତ, ପାରାଦୀପ ଗଲ୍ଫ କ୍ଲବ ର ଅଧିନାୟକ ଏ.ସି.ସୁତାର, ଗୋପବନ୍ଧୁ କ୍ରୀଡା ସଂସଦ ର କାର୍ଯ୍ୟକାରୀ ସଭାପତି ଡା. ଦୁର୍ଗା ପ୍ରସାଦ ସେଠୀ ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ l ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ସ୍ଥାନରୁ ୯ ଟି ଅଗ୍ରଣୀ ଗଲ୍ଫ କ୍ଲବ ର ୭୭ ଜଣ ଗଲ୍ଫ ଖେଳାଳି ଅଂଶଗ୍ରହଣ କରିଥିଲେ l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )