July 1, 2025
Home » କୁଚିଣ୍ଡା ଏନଏସି ରେ ଆର୍ନ୍ତଜାତୀୟ ମହିଳା ଦିବସ ୨୦୨୫ ପାଳନ

କୁଚିଣ୍ଡା ଏନଏସି ରେ ଆର୍ନ୍ତଜାତୀୟ ମହିଳା ଦିବସ ୨୦୨୫ ପାଳନ

0
WhatsApp Image 2025-03-08 at 10.47.06 AM

କୁଚିଣ୍ଡା ଉପଖଣ୍ଡ ଏକମାତ୍ର ଏନଏସି ପକ୍ଷରୁ ଆର୍ନ୍ତଜାତୀକ ମହିଳା ଦିବସ ପାଳନ ହୋଇଯାଇଛି। କୁଚିଣ୍ଡା ଭାଇସ ଚେୟାରମେନ ଦେବଯାନୀ କାଲୋ ଙ୍କ ଅଧ୍ୟକ୍ଷତାରେ ଏନଏସି କର୍ମଚାରୀ ହିମାଂଶୁ ମହାନନ୍ଦ ଙ୍କ ପରିଚାଳନା ରେ ଆୟୋଜିତ ଏହି ଦିବସରେ ମୁଖ୍ୟ ଅତିଥି ଭାବରେ ଏନଏସି ଚେୟାରମେନ ପ୍ରଦ୍ୟୁତ କୁମାର ମହାନ୍ତି ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପ୍ରଦ୍ୟୁତ କୁମାର ମହାନ୍ତି, ଏନଏସି ଅଫିସର ଗୈାରବ ପ୍ରଧାନ,ଭାଇସ ଚେୟାରମେନ ଦେବଯାନୀ କାଲୋ, ସଫେଇ ସୁପରଭାଇଜର,ସେନେଟାରୀ ଇଂଜିନିୟର ମହିଳା ଦିବସ ବିଷୟରେ ଉପସ୍ଥିତ ମହିଳା ମାନଙ୍କୁ ଜଣାଇଥିଲେ। ଆଜି ମହିଳା ସଶକ୍ତିକରଣ ହୋଇଛି।ସମସ୍ତେ ସୁଭଦ୍ରା ଯୋଜନା ରେ ସାମିଲ ହୋଇଛନ୍ତି। ମହିଳା ସଶକ୍ତିକରଣ ହେଲେ ଦେଶ ର ପ୍ରଗତି ହେବ ବୋଲି ଜଣାଇଥିଲେ। ଉଦଘାଟନ ସଭା ପରେ ସଭା ମଣ୍ଡପ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
ଏନଏସି ର ଅନ୍ୟ କାଉନସିଲର, କର୍ମଚାରୀ ଏସଏସଜି ମହିଳା ମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *