ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଢେଙ୍କାନାଳ ସ୍ଥିତ ସ୍ଵେଚ୍ଛାସେବୀ ସଂଗଠନ ” ପ୍ରିୟ” ଓ ନେହେରୁ ଯୁବ କେନ୍ଦ୍ର ର ମିଳିତ ଆନୁକୁଲ୍ୟରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ଶୁଭଦର୍ଶୀନି ପରିଡ଼ା , ଲାଉଲଇ ର ସମିତି ସଭ୍ୟା ମୋନାଲିସା ସାହୁ ଓ ଲାଉଲଇ ର ୨ ନଂ ୱାର୍ଡ ମେମ୍ବର ସସ୍ମିତା ଧଳ ଯୋଗ ଦେଇଥିଲେ। ଅତିଥି ଶୁଭ ଦର୍ଶିନି ପରିଡ଼ା ମହିଳା ଙ୍କ ସମ୍ମାନ, ସ୍ୱାଭିମାନ ସୁରକ୍ଷା, ତଥା ସାମାଜିକ, ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ରରେ ସମାନ ଭାଗୀଦାର ହେବା ଓ ନିଜ ଅଧିକାର ଏବଂ ସଫଳତା ପାଇବା, ମହିଳା ମାନଙ୍କୁ ସଶକ୍ତ କରିବା ସଙ୍ଗେ ସଙ୍ଗେ ଶିକ୍ଷା, ରୋଜଗାର , ରାଜନୀତି ରେ ସେମାନଙ୍କ ସମାନ ଅଂଶୀଦାର ବୃଦ୍ଧି କରିବା ପାଇଁ ବୁଝାଇ ଥିଲେ। ଦେଶର ଅଦ୍ଭୁତ ପୂର୍ବ ବିକାଶ ଥାଇ ବି ମହିଳା ମାନଙ୍କୁ ହିଂସା ଏବଂ ସାମାଜିକ ବ୍ୟାଧି ର ସାମ୍ନା କରିବାକୁ ପଡୁଛି, ଯାହାକି ମହିଳା ଙ୍କ ସମ୍ପୂର୍ଣ ଉନ୍ନତି ଏବଂ ବିକାଶରେ କିପରି ବାଧା ସାଜିଛି ଏ ବିଷୟରେ ମୋନାଲିସା ସାହୁ ବକ୍ତୃତା ଦେଇଥିଲେ। ଏଥି ସହିତ ସସ୍ମିତା ଧଳ ମହିଳା ଦିବସ ଉପଲକ୍ଷେ ସମସ୍ତ ମା ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ପରିଶେଷରେ ଶୁଭ ଦର୍ଶିନୀ ପରିଡ଼ା ଉପସ୍ଥିତ ଥିବା ମାଆ ମାନଙ୍କୁ ଚାଦର ବାଣ୍ଟିଥିଲେ। ଏଥିରେ “ପ୍ରିୟ” ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।