February 10, 2026
Home » ପାରାଦୀପ ମହାବିଦ୍ୟାଳୟ ତରଫରୁ ‘ବାଳିକା ଆତ୍ମସୁରକ୍ଷା ଶିବିର

ପାରାଦୀପ ମହାବିଦ୍ୟାଳୟ ତରଫରୁ ‘ବାଳିକା ଆତ୍ମସୁରକ୍ଷା ଶିବିର

0
WhatsApp Image 2025-03-11 at 6.27.34 PM

ମଙ୍ଗଳବାରଦିନ +୩ ପ୍ରଥମ ବର୍ଷର (କଳା/ବିଜ୍ଞାନ/ବାଣିଜ୍ୟ) ବିଭାଗର ଛାତ୍ରୀମାନଙ୍କୁ ନେଇ ଉଦଘାଟିତ ହୋଇଯାଇଛି। ଏଥିରେ ପାରାଦୀପ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ.ସସ୍ମିତା ଶତପଥୀ ମହୋଦୟା ସ୍ବାଗତ ଭାଷଣ ସହିତ ବାଳିକାମାନଙ୍କର ସୁରକ୍ଷା ସମ୍ବନ୍ଧରେ ନିଜସ୍ଵ ବକ୍ତବ୍ୟ ପ୍ରଦାନ କରିଥିଲେ। ଇତିହାସ ବିଭାଗରୁ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ଅକ୍ଷୟ ଚନ୍ଦ୍ର ମିଶ୍ର ବାଳିକାମାନଙ୍କର ଆତ୍ମସୁରକ୍ଷା କୌଶଳର ଉପକାରିତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟନିବାହୀ ଅଧିକାରୀ ଭାବରେ ଇତିହାସ ବିଭାଗର ଅଧ୍ୟାପିକା ସଂଘମିତ୍ରା ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବହୁ ଛାତ୍ରୀମାନଙ୍କ ସହିତ ମହାବିଦ୍ୟାଳୟର ଅଧ୍ୟାପିକା ଓ ଅଧ୍ୟାପକ ଯୋଗ ଦେଇଥିଲେ। ଶେଷରେ ଓଡ଼ିଆ ବିଭାଗର ଅଧ୍ୟାପିକା ସୁଶ୍ରୀକାଦମ୍ବିନୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *