ଗୋଟିଏ ଦିନରେ ୪୬ ତାପଜ କୋଇଲା ରେଳ ରେକ ଖଲାସ କରି ପୁନର୍ବାର ପାରାଦୀପ ବନ୍ଦର ର ରେକର୍ଡ

ପାରାଦୀପ – ପଣ୍ୟ ପରିଚାଳନା ଓ କାରବାର କ୍ଷେତ୍ରରେ ଦେଶର ଏକ ନମ୍ବର ବୃହତ ବନ୍ଦର ପାରାଦୀପ ବନ୍ଦର ପ୍ରାଧିକାରଣ ତାର ଆନୁସଙ୍ଗିକ ବ୍ୟବସ୍ଥା ଯୋଗୁଁ ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ସ୍ଥାପନ କରି ଚାଲିଛି l ତେବେ ଗତ ମାର୍ଚ୍ଚ ୧0 ତାରିଖରେ ଗୋଟିଏ ଦିନରେ ୪୬ ତାପଜ କୋଇଲା ରେଳ ରେକ ଖଲାସ କରି ପାରାଦୀପ ବନ୍ଦର ଗତ ଜାନୁଆରୀ ୧୬ ତାରିଖରେ ତାର ପୂର୍ବ ରେକର୍ଡ ୪୫ ରେକ ଖଲାସ ର ରେକର୍ଡ କୁ ଅତିକ୍ରମ କରି ବିରଳ କୀର୍ତ୍ତିମାନ ସ୍ଥାପନ କରିଛି l ଏହି ସଫଳତା ହାସଲ ପାରାଦୀପ ବନ୍ଦରର ପ୍ରତିବଦ୍ଧତା କୁ ଦର୍ଶାଉଛି l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )