ଓଜେଏସ ୨୦୨୩/୨୪ର ପରୀକ୍ଷା ଫଳାଫଳରେ ବାଲିମେଳା ଏନଏସିର ଝିଅ ସ୍ନିଗ୍ଧା ବେହେରାଙ୍କ କୃତିତ୍ଵ ହାସଲ

ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିର ଝିଅ ସ୍ନିଗ୍ଧା ବେହେରା ଚଳିତ ବର୍ଷ ଓଜେଏସ ଫଳାଫଳ(୨୦୨୩/୨୪ର ପରୀକ୍ଷା)ରେ ୨୯ତମ ସ୍ଥାନ ପାଇ କୃତିତ୍ଵ ହାସଲ କରିଛନ୍ତି । ସେ ତୃତୀୟ ଥର ୨୦୨୩/୨୪ ରେ ସଫଳତା ପାଇଥିବା ବେଳେ ପୂର୍ବରୁ ଓଜେଏସ ୨୦୨୨ରେ ପ୍ରଥମ ଥର ବିଫଳ ହୋଇଥିଲେ । ପିଲାଟି ଦିନରୁ ପାଠରେ ଶ୍ରଦ୍ଧା ରଖିଥିବା ସ୍ନିଗ୍ଧା ବାଲିମେଳା ସ୍ଥିତ ଆଇଏମଏସଟି ଇଂରାଜୀ ବିଦ୍ୟାଳୟରେ ଦଶମ ପାସ କରିବା ପରେ ବାଲିମେଳା ବିଜ୍ଞାନ ବୈଷୟିକ ମହାବିଦ୍ୟାଳୟରେ ସ୍ନାତକ ସାରି ଭଦ୍ରକ ଜିଲ୍ଲାରେ ଆଇନ ସ୍ନାତକ ସାରିଥିଲେ । ତାଙ୍କ ବାପା ବିବେକାନନ୍ଦ ବେହେରା ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରର ଅବସରପ୍ରାପ୍ତ ପିଏ ରହିଥିଲେ ଓ ମାଆ ଜଣେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ । ଭଦ୍ରକ ଜିଲ୍ଲା ଅଚକ ଗ୍ରାମର ବାସିନ୍ଦା ତାଙ୍କ ସ୍ୱାମୀ ଆଲୋକ ରଞ୍ଜନ ସାହୁ ମଧ୍ୟ ଜଣେ ସରକାରୀ କର୍ମଚାରୀ ଯିଏ କି ତାଙ୍କ ସ୍ତ୍ରୀ ସ୍ନିଗ୍ଧାଙ୍କୁ ଓଜେଏସ ପାଠ ପଢିବା ପାଇଁ ଉତ୍ସାହିତ କରିଥିଲେ ।
୨୦୨୩/୨୪ ମସିହାର ଓଜେଏସ ପରୀକ୍ଷା ଫଳାଫଳରେ କୃତିତ୍ୱ ହାସଲ କରି ନିଜ ପ୍ରତିକ୍ରିୟାରେ ଆଇନଜୀବି ସ୍ନିଗ୍ଧା କହିଥିଲେ ଯେ,ଏହି ସଫଳତାର ଶ୍ରେୟ ପ୍ରଥମେ ଈଶ୍ୱରଙ୍କୁ ଦ୍ଵିତୀୟରେ ମୋ ସ୍ବାମୀଙ୍କୁ ଦେବାକୁ ଚାହିବି । କାରଣ ମୋର ବିବାହ ପରେ ଏଲଏଲବି ପାଠ ପଢି ଥିଲି । ଘର କାମ ସହ ଦିନକୁ ୩-୪ ଘଂଟା ଓଜେଏସ ପ୍ରିପରେସନ ପାଇଁ ସମୟ ଦେଉଥିଲି । ଏଥିସହ ଯେଉଁଦିନ ଡେଟ ଥାଏ ମୁ କୋର୍ଟ ଯାଉଥିଲି । ଭଦ୍ରକ କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ଥିବା ସମୟରେ ମୋତେ ପାଠ ପଢାରେ ଏସଏଲସି’ ର ସୁଚନ୍ଦନା ମେଡମ୍ ବହୁତ ସାହାଯ୍ୟ କରିବା ସହ ଇଣ୍ଟର୍ଭ୍ୟୁ ପାଇଁ ରଜତ ପଣ୍ଡା ସାର୍ ଭଲ ଗାଇଡେନ୍ସ କରିଥିଲେ । ଏଥି ସହ ମୋ ଗୁରୁଜନ ,ପରିବାର ସଦସ୍ୟ,ମୋର ସାଙ୍ଗସାଥୀ,ଶୁଭଚିନ୍ତକଙ୍କୁ ମୋର ଏହି ସଫଳତାର ଶ୍ରେୟ ଦେବାକୁ ଚାହିବି ବୋଲି କହିଥିଲେ ସ୍ନିଗ୍ଧା ବେହେରା । ସ୍ନିଗ୍ଧା ବେହେରାଙ୍କ ଓଡିଶା ଜୁଡିସିଆଲ ସର୍ଭିସରେ ସଫଳତା ପାଇବା ଖବର ଜାଣିବା ପରେ ଚାରିଆଡ଼େ ଖୁସିର ଲହରୀ ଖେଳି ଯାଇଛି ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ