ପର୍ଯ୍ୟଟକଙ୍କ ନାଗାବଳୀ ନଦୀରେ ବୁଡିଯାଇ ମୃତ୍ୟୁ
ବର୍ତମାନ ପର୍ଯ୍ୟନ୍ତ ନାଗାବଳୀ ନଦୀରେ ବୁଡି ୨୦ ରୁ ଅଧିକ ପର୍ଯ୍ୟଟକଙ୍କ ମୃତ୍ୟୁ
*
ରାୟଗଡ଼ା ସହର ନିକଟସ୍ଥ ଝୁଲା ପୋଲ ବୁଲିବାକୁ ଆସି ପୁଣି ଜଣଙ୍କ ମାରିଗୁଡା ସ୍ଥିତ ନାଗାବଳୀ ନଦୀରେ ବୁଡିଯାଇ ମୃତ୍ୟୁ ଘଟିଯାଇଚି ।
ମିଳିଥିବା ସୂଚନା ମୁତାବକ ଆଜି ସକାଳେ ଆନ୍ଧ୍ରପ୍ରଦେଶ ରାଜ୍ୟ ବିଜୟଓ୍ବାଡା ଜିଲ୍ଲା ସଦର ମହକୁମାର ପି ମୁରଲୀଙ୍କ ପୁଅ ପି. ସାଇ କ୍ରିଷ୍ଣା ତାଙ୍କ ପରିବାର ସହ ମାଆ ମଝିଘରିଆଣୀ ମନ୍ଦିରରେ ମାଙ୍କ ଦର୍ଶନ ପରେ ଝୁଲା ପୋଲକୁ ପରିବାରବର୍ଗଙ୍କ ସହ ବୁଲିବାକୁ ଯାଇ ନାଗାବଳୀ ନଦୀରେ ଗାଧୋଇବା ସମୟରେ କ୍ରିଷ୍ଣାଙ୍କ ମାମୁ ପୁଅ ନଦୀରେ ଭାସିଯାଇଥିବା ଦେଖି ତାକୁ ଉଦ୍ଧାର କରିଥିବା ବେଳେ ନିଜେ ସାମାନ୍ୟ ଅସାବଧାନତା ଯୋଗୁଁ ୧୮ ବର୍ଷୀୟ ନାବାଳକ କ୍ରିଷ୍ଣା ନଦୀରେ ବୁଡି ସ୍ରୋତରେ ଭାସି ଯାଇଥିଲେ । ପୋଲିସ ଏବଂ ଅଗ୍ନିଶମ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଖଜାଖୋଜି କରିବା ପରେ ମୃତଦେହ ଉଦ୍ଧାର କରିଥିଲେ I
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
