May 9, 2025
Home » ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟୱାରୀ ଭାପ୍ରସେ ନେତୃତ୍ୱରେ ହର ଘର ତିରଙ୍ଗା ଅଭିଆନ୍ ଅଧୀନରେ ତିରଙ୍ଗା ଯାତ୍ରା ଅନୁଷ୍ଠିତ

ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟୱାରୀ ଭାପ୍ରସେ ନେତୃତ୍ୱରେ ହର ଘର ତିରଙ୍ଗା ଅଭିଆନ୍ ଅଧୀନରେ ତିରଙ୍ଗା ଯାତ୍ରା ଅନୁଷ୍ଠିତ

0
WhatsApp Image 2024-08-13 at 3.42.39 PM

 

ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟୱାରୀ ଭାପ୍ରସେ ନେତୃତ୍ୱରେ ହର ଘର ତିରଙ୍ଗା ଅଭିଆନ୍ ଅଧୀନରେ ତିରଙ୍ଗା ଯାତ୍ରା ଆଜି ସକାଳ ୦୯ ଘଣ୍ଟିକା ସମୟରେ ସ୍ଥାନୀୟ ରେଲୱେ ଷ୍ଟେସନ ଛକ ଠାରୁ ଏକ ବିଶାଳ ତ୍ରିରଙ୍ଗା ପଦଯାତ୍ରା ବାହାରି ରେଲୱେ ଓଭର ବ୍ରିଜ, ନୂଆ ବସଷ୍ଟାଣ୍ଡ ଦେଇ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ପହଞ୍ଚିଥିଲା । ସ୍ଵାଧୀନତାର ୭୮ତମ ପାଳନ ଅବସରରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗତ ୧୦/୦୮/୨୪ ତାରିଖ ପ୍ରସ୍ତୁତି ବୈଠକରେ ନିଷ୍ପଭି ଅନୁସାରେ ଉକ୍ତ ପଦଯାତ୍ରା ଆଜି ଆୟୋଜିତ ହୋଇଥିଲା ।
ସ୍ୱାଧୀନତା ଦିବସ ପୂର୍ବରୁ ହର ଘର ତିରଙ୍ଗା ଅଭିଯାନକୁ ଏକ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଯାହା କି ଦେଶର ନାଗରିକମାନଙ୍କ ମଧ୍ୟରେ ଜାତୀୟ ଗର୍ବ ଏବଂ ଏକତାର ଭାବନାକୁ ଜାଗ୍ରତ କରିବା ତିରଙ୍ଗା ଯାତ୍ରା କରିବାର ମୂଳ ଉଦ୍ଦେଶ୍ୟ । ୭୮ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଅବସରରେ ୦୯-୧୫ ଅଗଷ୍ଟ ପର୍ୟ୍ୟନ୍ତ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଯାଇଛି ।
ବିଭିନ୍ନ ସଂଗୀତ ବଜାଇ ସ୍କୁଲ ବ୍ୟାଣ୍ଡ ସହ ଛାତ୍ର ଏବଂ ସାଧାରଣ ଲୋକମାନେ ସମ୍ପୂର୍ଣ୍ଣ ଉତ୍ସାହ, ଗର୍ବ ସହିତ ତ୍ରିରଙ୍ଗା ପତାକା ଧରି ଏହି ଶୋଭାଯାତ୍ରାରେ ସମୟରେ ଉତ୍ସାହର ସହିତ ଗତି କରିଥିଲେ । ଯାହା ସାରା ଅଞ୍ଚଳ ସମଗ୍ର ମାର୍ଗରେ ଦେଶପ୍ରେମର ବାତାବରଣ ସୃଷ୍ଟି ହେବା ସହ ଲାଗୁଥିଲା ଦେଶ ପ୍ରତି ଉତ୍ସର୍ଗୀକୃତ ଏବଂ ଗର୍ବର ପ୍ରତୀକ ଭଳି ପରିଲକ୍ଷିତ ହୋଇଥିଲା ।ଏହି ଯାତ୍ରା ଦେଶ ପାଇଁ ଅଦମ୍ୟ ପ୍ରେମ ଏବଂ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ପାଲଟିଛି।
ଏହି ତିରଙ୍ଗା ଯାତ୍ରା ଅବସରରେ ନିହାର ରଞ୍ଜନ କହଁର,ବସନ୍ତ ପ୍ରଧାନ ସମେତ ରାୟଗଡ଼ା ଜିଲ୍ଲାର ପ୍ରତ୍ୟେକ ବିଭାଗର କର୍ମକର୍ତ୍ତା,ବିଭିନ୍ନ ଶିକ୍ଷାନୁଷ୍ଠାନ,ସାମାଜିକ, ଅନୁଷ୍ଠାନ, ଯୁବକ୍ରିଡାବିଚ, ସିଆରପିଏଫ,ପୋଲିସ,ଜନସାଧାରଣ ଅ°ଶଗ୍ରହଣ କରିଥିଲେ |

Leave a Reply

Your email address will not be published. Required fields are marked *